‘ରାମାୟଣ’ ପୁଣି ଥରେ ପ୍ରସାରିତ ହେବ

0

ନୂଆଦିଲ୍ଲୀ : ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ୮୦ ଓ ୯୦ ଦଶକର ରାମାନନ୍ଦ ସାଗରଙ୍କ ମେଗା ଧାରାବାହିକ ‘ରାମାୟଣ’ ଓ ବିଆର୍‌ ଚୋପ୍ରାଙ୍କ ‘ମହାଭାରତ’। ଜନସାଧାରଣଙ୍କ ଦାବି (ପବ୍ଲିକ୍‌ ଡିମାଣ୍ଡ୍‌)କୁ ସମ୍ମାନ ଦେଇ ‘ରାମାୟଣ’କୁ ପୁଣି ଥରେ ପ୍ରସାରିତ କରିବାକୁ ନିଷ୍ପତ୍ତି ହୋଇଛି। ଏଣିକି ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରେ ଷ୍ଟାର୍‌ ଭାରତରେ ଏହି ସୋ’କୁ ପ୍ରସାରଣ କରାଯିବ। ଷ୍ଟାର୍‌ ଭାରତର ଅଫିସିଆଲ୍‌ ଟ୍ବିଟର୍‌ ପେଜ୍‌ରେ ଏ ନେଇ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଗତବର୍ଷ ଲକ୍‌ଡାଉନ୍‌ ସମୟରେ ‘ରାମାୟଣ’, ‘ମହାଭାରତ’, ‘ଓମ୍‌ ନମଃ ଶିବାୟ’, ‘ବିଷ୍ଣୁ ପୁରାଣ’ ପରି ପୌରାଣିକ ଧାରାବାହିକ ଗୁଡ଼ିକ ପୁନଃ ପ୍ରସାରିତ ହୋଇଥିଲା। ଏହି ସୋ’କୁ ଅନେକ ଦର୍ଶକ ଦେଖିବା ପାଇଁ ପୁଣି ଥରେ ପ୍ରସାରଣ କରିବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.