Breaking Newsଅପରାଧ

ମା’ ଅସହ୍ୟ ହେଉଛି ଯନ୍ତ୍ରଣା, ମୁଁ ଆସୁଛି

ଲକ୍ଷ୍ନୌ: କିଛି ଦିନ ପୂର୍ବରୁ ମୋର ସର୍ବସ୍ୱ ଲୁଟିନେଲେ ଏବେ ମୋତ ଶାନ୍ତିରେ ରଖେଇ ଦେଉନାହାନ୍ତି । ପ୍ରତି ମୁହୂର୍ତରେ ମରି ମରି ବଂଚିବା ଅପେକ୍ଷା ଥରେ ମରିଯିବା ଭଲ । ଆଉ ହେଉନି, ମା’ ଅସହ୍ୟ ହେଉଛି ଯନ୍ତ୍ରଣା, ମୁଁ ଆସୁଛି । ଉତରପ୍ରଦେଶର ଲକ୍ଷ୍ମୀପୁର ଖୀରି ଅଂଚଳର ଜଣେ ୧୯ ବର୍ଷୀୟ ଯୁବତୀଙ୍କର ଆତ୍ମହତ୍ୟା ପୂର୍ବରୁ ଶେଷ ଚିଠି । କିଛି ଦିନ ପୂର୍ବରୁ ସେହି ଅଂଚଳର ଜଣେ ଯୁବକ ସେହି ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ପରେ ପୋଲିସ୍‌ରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଯୁବକଙ୍କ ପରିବାର ଲୋକ ଯୁବତୀଙ୍କୁ ବାରମ୍ବାର ଫୋନ୍ କରି ଧମକ ଦେବା ସହ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିଲେ । ଦିନକୁ ଦିନ ଚାପ ଅସହ୍ୟ ହେବାରୁ ଶେଷରେ ଯୁବତୀ ଆତ୍ମହତ୍ୟା କରିଦେଇଥିଲେ ।
ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ସୁଇସାଇଡ୍ ନୋଟ ଜବତ କରିବା ସହ ଶବ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା । ପରେ ମାମଲା ରୁଜୁ କରି ଦୁଷ୍କର୍ମ କରିଥିବା ଯୁବକଙ୍କ ପିତା, ମାତା ଓ ତାଙ୍କର ୩ ଭାଇଙ୍କୁ ଗିରଫ କରିଥିଲା । ପୂର୍ବରୁ ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ତାଙ୍କୁ ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ । ଯୁବତୀ ପ୍ରଥମେ ବାରଣ କରିଥିଲେ ମାତ୍ର ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବାରୁ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଫଳରେ ବାଧ୍ୟହୋଇ ଯୁବତୀଙ୍କୁ ଗର୍ଭପାତ କରିବାକୁ ପଡ଼ିଥିଲା । ତେବେ ଯୁବତୀ ବିବାହ ପାଇଁ ଜିଦ୍ ଧରିବାରୁ ଯୁବକ ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ଏ ସମ୍ପର୍କରେ ଜାଣିପାରି ଯୁବତୀ ଥାନାରେ ଅଭିଯୋଗ କରିବାରୁ ପୋଲିସ୍ ଯୁବକଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପୋଲିସ୍ ବର୍ତମାନ ପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରିସାରିଛି । ପିଡିତାଙ୍କ ପରିବାର ଲୋକେ ଏବେ ନିଜ ଝିଅକୁ ଝୁରି ଝୁରି କାନ୍ଦିବା ସାର ହୋଇଛି ।

ମତାମତ ଦିଅନ୍ତୁ ।

Back to top button