ରାଶି ଅନୁଯାୟୀ ଖାଦ୍ୟ ଖାଇଲେ ମିଳିବ ସଫଳତା

ଆମ ସମାଜରେ ଅନେକ ନୀତି ନିୟମ ରହିଛି। ଶାସ୍ତ୍ର ଅନୁସାରେ କ’ଣ କରିବା ଉଚିତ ଓ ଅନୁଚିତ ଦିଆଯାଇଛି ପରାମର୍ଶ। କେତେକ ଏହାକୁ ଗ୍ରହଣ କରୁଛନ୍ତି। କିନ୍ତୁ ଅନେକଙ୍କର ବିଶ୍ଵାସ ଏହା ଉପରେ ନାହିଁ। କୁହାଯାଇଛି କେଉଁ ବାରରେ ଓ କିପରି କାର୍ଯ୍ୟ ଆରମ୍ଭ କରିବେ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୁଏନି। ଆଉ କାମ ସହଜରେ ହୋଇଯାଏ। ତେବେ ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ।

ଦିଆଯାଇଥିବା ପରାମର୍ଶ ଅନୁଯାୟୀ ମେଷ ରାଶିର ବ୍ୟକ୍ତି ଗୁରୁବାର ସୋରିଷ ପଡ଼ିଥିବା ଖାଦ୍ୟ ଖାଇ ନୂତନ କାର୍ଯ୍ୟ ଆରମ୍ଭ କରିବା ଉଚିତ। ସେହିପରି ବୃଷ ରାଶିଧାରୀଙ୍କୁ ଶନିବାର ଘିଅ ଖାଇବାକୁ କୁହାଯାଇଥିବା ବେଳେ ମିଥୁନ ରାଶି ପାଇଁ ଶୁକ୍ରବାର ଦହି, କର୍କଟ-ମଙ୍ଗଳବାର ଗୁଡ଼, ସିଂହ-ରବିବାର ପାନ, କନ୍ୟା-ବୁଧବାର ଧନିଆ, ତୁଳା-ଶୁକ୍ରବାର ଦହି, ବିଛା-ରବିବାର ପାନ, ଧନୁ-ଗୁରୁବାର ହଳଦିଆ ରଙ୍ଗର ମିଠା, ମକର-ସୋମବାର ଦହି ଓ ଚିନି, କୁମ୍ଭ-ଶନିବାର ଘିଅ ଓ ମୀନ ରାଶିର ବ୍ୟକ୍ତି ବୁଧବାର ଧନିଆ ଖାଇ କାମ ଆରମ୍ଭ କଲେ ଉତ୍ତମ ଫଳ ମିଳିବ।

ମତାମତ ଦିଅନ୍ତୁ ।