ରାଶିଫଳ (ସୋମବାର)

ଶ୍ରାବଣ (କର୍କଟ) ୧୯ ଦିନ ଅଗଷ୍ଟ ୩ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ସମ୍ମାନ ଲାଭ ହେବ । ଦେହ ସୁସ୍ଥ ରହିବ । ଆୟ ଭଲ ହେବ ।
ବୃଷ: ପରୋପକାର କରିବେ । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ମିଥୁନ: ଆଜି ଆପଣ ବହୁତ ସମୟ ବିଶ୍ରାମରେ କଟାଇବେ । ଆୟ ସ୍ଥିର ରହିବ । ମନରେ ଶାନ୍ତି ଅନୁଭବ କରିବେ ।
କର୍କଟ: ଆଜି ଆପଣ ସୁଖ ସନ୍ତୋଷ ଲାଭ କରିବେ । ଶାରୀରିକ ସୁସ୍ଥତା ଅନୁଭବ କରିବା ସହିତ ଆୟ ଭଲ ହେବାର ସମ୍ଭାବନା ରହିଛି ।
ସିଂହ: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କତାର ସହ କାର୍ଯ୍ୟ କରନ୍ତୁ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ।
କନ୍ୟା: ଦ୍ରବ୍ୟ ନଷ୍ଟ ଯୋଗ ରହିଛି । ମନରେ ଅସନ୍ତୋଷ ସୃଷ୍ଟି ହୋଇପାରେ । ଭଗବାନ ହନୁମାନଙ୍କୁ ଉପାସନା କରନ୍ତୁ ।
ତୂଳା: କାର୍ଯ୍ୟ କ୍ଷେତ୍ରରେ ପ୍ରତିରୋଧ ଘଟିବ । ସହଯୋଗ ମିଳିବାରେ ବାଧା ସୃଷ୍ଟି ହୋଇପାରେ । ଆୟ ସାମାନ୍ୟ କମିବ ।
ବିଛା: ଆଜି ଆପଣ ଯଶ ଲାଭ କରିବେ । ମନ ପ୍ରଫୁଲ୍ଲ ରହିବ । ଆୟ ଭଲ ରହିବ ।
ଧନୁ: ପ୍ରତୀକ୍ଷା ପାଇଁ ବିରକ୍ତି ଭାବ ଦେଖାଦେଇପାରେ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଆୟ ସ୍ଥିର ରହିବ ।
ମକର: ବ୍ୟୟ ଯୋଗ ରହିଛି । ମନ ସନ୍ତାପିତ ହେବ । ଆୟ ସ୍ଥିର ରହିବ ।
କୁମ୍ଭ: କାର୍ଯ୍ୟହାନୀ ଯୋଗ ରହିଛି । ସତର୍କ ରୁହନ୍ତୁ । ମା’ କାଳୀଙ୍କୁ ଉପାସନା କରନ୍ତୁ ।
ମୀନ: ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଆୟ ମଧ୍ୟ ଭଲ ରହିବ ।

ମତାମତ ଦିଅନ୍ତୁ ।