ରାଶିଫଳ (ଶୁକ୍ରବାର)

ଆଷାଢ (ମିଥୁନ) ୨୬ ଦିନ ଜୁଲାଇ ୧୦ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ବ୍ୟୟଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ତୁଳସୀ ପତ୍ରକୁ ଶାଳଗ୍ରାମଙ୍କ ଉପରେ ଲଗାଇ ପୂଜା କରିବା ପରେ ନିଜ ପକେଟରେ ରଖନ୍ତୁ, ଲାଘବ ହେବ ।
ବୃଷ: ଆୟ ଉତ୍ତମ ହେବ । ସହଯୋଗ ମିଳିବ । ଦିନଟି ଭଲରେ କଟିବାର ଯୋଗ ରହିଛି ।
ମିଥୁନ: କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି । ଆଦିଶକ୍ତିଙ୍କର ଉପାସନା କରନ୍ତୁ, ଲାଘବ ହେବ ।
କର୍କଟ: ସୁଖହାନୀ ଘଟିବାର ଯୋଗ ରହିଛି । ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତୁ, ଲାଘବ ହେବ ।
ସିଂହ: ଭୋଜନରେ ବ୍ୟାଘାତ ଘଟିପାରେ । ଶରୀର ସାମାନ୍ୟ ଅସୁସ୍ଥ ରହିବ । ଆୟ ସ୍ଥିର ରହିବ ।
କନ୍ୟା: ସହଯୋଗ ପ୍ରାପ୍ତି ହେବ । ଦେହ ସୁସ୍ଥ ରହିବ । ମାନସିକ ଶାନ୍ତି ଅନୁଭବ କରିବେ ।
ତୂଳା: ଦୃଢ଼ ମନୋଭାବ ପ୍ରକଟ କରିବେ । ସାହାସିକ ପ୍ରଦକ୍ଷେପ ନେଇ ପ୍ରଶଂସିତ ହେବେ ।
ବିଛା: ମାନହାନୀ ଘଟିବାର ଯୋଗ ରହିଛି । ସତର୍କ ରୁହନ୍ତୁ । ଭଗବାନ ହନୁମାନଙ୍କୁ ଉପାସନା କରନ୍ତୁ ।
ଧନୁ: ପରାଜୟ ଘଟିପାରେ । କର୍ମରେ ବ୍ୟାଘାତ ଘଟିବାର ଯୋଗ ରହିଛି । ମା’ ଦୁର୍ଗାଙ୍କୁ ଉପାସନା କରନ୍ତୁ, ଲାଘବ ହେବ ।
ମକର: ପ୍ରତୀକ୍ଷା ଆପଣଙ୍କୁ ବିରକ୍ତି କରିପାରେ । ଦେହ ସୁସ୍ଥ ରହିବ । ଆୟ ମଧ୍ୟମ ହେବ ।
କୁମ୍ଭ: ସୁଖ ସମ୍ମାନ ଲାଭ କରିବେ । ଆୟ ଭଲ ହେବ । ସହଯୋଗ ମିଳିବ ।
ମୀନ: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କତା ଅବଲମ୍ବନ କରନ୍ତୁ । ମା’ କାଳୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।

ମତାମତ ଦିଅନ୍ତୁ ।