ରାଶିଫଳ (ଗୁରୁବାର)

ଫାଲଗୁନ (କୁମ୍ଭ) ୨୭ ଦିନ, ମାର୍ଚ୍ଚ ୧୧ ତାରିଖ – ୨୦୨୧
ମେଷ – ଧନଲାଭ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ।
ବୃଷ – ସୁଖ ସମ୍ମାନ ପ୍ରାପ୍ତିହେବ। ମନ ସନ୍ତୋଷ ରହିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଶିବଙ୍କର ଉପସନା କରନ୍ତୁ।
କର୍କଟ – ସୁଖହାନୀ ଘଟିପାରେ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
ସିଂହ – ବନ୍ଧୁଙ୍କ ଦ୍ଵାରା ଉପକୃତ ହେବେ। ମାନସିକ ସୁଖ ମିଳିବ। ଶରୀର ସୁସ୍ଥ ରହିବ।
କନ୍ୟା – ଭୟଭୀତ ହୋଇପାରନ୍ତି। ମନୋବଳ ଦୃଢ କରନ୍ତୁ। ତୁଳସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
ତୁଳା – ଅନାଦର ପ୍ରାପ୍ତି ହୋଇପାରେ। ମନ ଅସନ୍ତୋଷ ରହିବ। ଶଯୋଗ ମିଳିବ।
ବିଛା – ବାଦବିବାଦ ଭିତରେ ଦିନଟି କଟିବ। ଶାରୀରିକ ସୁସ୍ଥତା ମିଳିବ। ଆୟ ଠିକ ରହିବ।
ଧନୁ – ସମ୍ମାନ ପ୍ରାପ୍ତି ହେବ। ପ୍ରଶଂସିତ ହୋଇପାରନ୍ତି। ବନ୍ଧୁ ସହଯୋଗ ମିଳିବ।
ମକର – ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ଶନିଦେବଙ୍କର ଉପାସନା କରନ୍ତୁ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ମୀନ – ଧନକ୍ଷୟ ହୋଇପାରେ। ଶାରୀରିକ ପୀଡା ଅନୁଭବ କରିବେ। ମନ ଅସନ୍ତୋଷ ରହିବ।

Leave a Reply

Your email address will not be published. Required fields are marked *

Back to top button