ରାଶିଫଳ (ସୋମବାର)

ମାର୍ଗଶିର (ବିଛା) ୧ ଦିନ ନଭେମ୍ବର ୧୬ ତାରିଖ ୨୦୨୦
ମେଷ – ଶାରୀରିକ ପୀଡା ଅନୁଭବ କରିବେ। ମନ ଆନ୍ଦୋଳିତ ହେବ। ପାରିବାରିକ ସହଯୋଗ ମିଳିବ।
ବୃଷ – ସୁଖ ସଂଭୋଗ ପ୍ରାପ୍ତି ହେବ। ଦିନଟି ଭଲରେ କଟିପାରେ।
ମିଥୁନ – ପ୍ରତିଶୋଧ ପରାୟଣ ହେବେ। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
କର୍କଟ – ପରାମର୍ଶ କରି କାର୍ଯ୍ୟ କରନ୍ତୁ ସୁଫଳ ପ୍ରାପ୍ତି ହେବ। ଦିନଟି ମାଧ୍ୟମ ଫଳଦାୟକ ହୋଇପାରେ।
ସିଂହ – ମାନ ମନାନ୍ତର ଘଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବାର ସମ୍ଭାବନା ଅଛି।
କନ୍ୟା – କୌଣସି ସାଙ୍ଗଠନିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ମାନସିକ ଶାନ୍ତି ମିଳିବ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
ତୁଳା – ପରାଧୀନ ହୋଇ କାର୍ଯ୍ୟ କରିବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ବିଛା – କୌଣସି ସଂଗଠନ ଦ୍ଵାରା ପ୍ରଶଂସିତ ହୋଇପାରନ୍ତି। ବନ୍ଧୁ ସହଯୋଗ ମିଳିବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ଧନୁ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଆୟ ଭଲ ହୋଇପାରେ। କୌଣସି ବନ୍ଧୁଙ୍କ ଦ୍ଵାରା ସାନ୍ତ୍ଵନା ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ।
କୁମ୍ଭ – ନିଷ୍ଠାର ସହ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମୀନ – ସେବାପୂଜା ପ୍ରତି ଆଗ୍ରହ ବଢିବ। ମାନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହିବ।

ମତାମତ ଦିଅନ୍ତୁ ।