ରାସ୍ତା କଡ଼ ଦୋକାନ : ଚା’ର ଦାମ ଏକ ହଜାର

କୋଲକାତା : ଭାରତରେ ଅଧିକାଂଶ ଲୋକଙ୍କର ସକାଳୁ ଚା’ ପିଇବା ଏକ ଅଭ୍ୟାସ। ଚା’ ପିଇବା ପରେ ସେମାନଙ୍କର ଦିନ ଆରମ୍ଭ ହୁଏ। ସେଥିପାଇଁ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡେ ରହିଛି ଚା’ ଦୋକାନ। ସାଧାରଣତଃ ଚା’ କପ୍‌ର ଦାମ ୫ଟଙ୍କା। କେତେକ ସ୍ଥାନରେ ମୂଲ୍ୟ ଫରକ ରହିଥିବା ବେଳେ ଷ୍ଟାର ହୋଟେଲରେ ଦାମ ଟିକେ ଚଢା। ହେଲେ ରାସ୍ତା କଡ଼ରେ ଷ୍ଟଲରେ ଚା’ର କପ୍‌ର ମୂଲ୍ୟ ଏକ ହଜାର ଏ କଥା ବିଶ୍ଵାସ କରିହେଉନି। କିନ୍ତୁ ଏହା ସତ। କୋଲକାତାରେ ଗୋଟିଏ ଷ୍ଟଲରେ ଅତ୍ୟାଧୁନିକ ଓ ସ୍ୱାସ୍ଥ୍ୟକର ଚା’ କପ୍‌ର ମୂଲ୍ୟ ୧ହଜାର ଟଙ୍କାରେ ବିକ୍ରି ହେଉଛି।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ପାର୍ଥ ପ୍ରତୀମ ଗାଙ୍ଗୁଲି ମୁକୁଣ୍ଡପୁରରେ ଖୋଲିଛନ୍ତି ‘ନିର୍ଯାଶ ଟି ଷ୍ଟଲ’। ତାଙ୍କ ଦୋକାନରେ ଚା’ କପ୍‌ର ରହିଛି ୧୨ ଟଙ୍କାରରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ। କୋଲକାତା ବୁଲିବାକୁ ଯାଉଥିବା ଲୋକମାନେ ଏହି ଷ୍ଟଲକୁ ଆସି ଚା’ ପିଇନ୍ତି। ହେଲେ ଗାଙ୍ଗୁଲିଙ୍କ ଚା’ ଦୋକାନଟି କୌଣସି ବଡ଼ ଶପିଂକମ୍ପ୍ଲେକ୍ସରେ ନୁହେଁ, ଏହା ରାସ୍ତା କଡ଼ରେ ରହିଛି।

୨୦୧୪ ମସିହା ଜାନୁଆରୀ ୬ରୁ ପାର୍ଥ ପ୍ରତୀମ ଗାଙ୍ଗୁଲି ଚା’ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ପାଇଁ ସେ ଘରୋଇ କମ୍ପାନୀ ଚାକିରି ଛାଡ଼ିଥିଲେ। ତାଙ୍କ ଦୋକାନରେ ୧୦୦ ପ୍ରକାରର ଚା’ ମିଳେ। ତେଣୁ ମୂଲ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି। ଏ ମଧ୍ୟରେ ରହିଛି Silver Needle White Tea, ଲାଭେଣ୍ଡର, ହାଇବିସ୍କସ୍ ଚା, ଗ୍ରୀନ ଟି, ବ୍ଲାକ ଟି, କର୍ଣ୍ଣବାରୀ, ମକାଇବାରି ଭଳି ଚା’। ଏହିଭଳି ୧୦୦ ପ୍ରକାରର ଚା’ ମଧ୍ୟରୁ ୬୦ରୁ ୭୦ ପ୍ରକାର ଚା’ ପତ୍ର ସେ ଦାର୍ଜିଲିଂରୁ ଆଣନ୍ତି। ବାକି ଚା’ ପତ୍ର ବିଦେଶରୁ ଆମଦାନୀ କରନ୍ତି।

Silver Needle White Tea ବା BO-Lay ଚା’ର ଗୋଟିଏ କପର ଦାମ ହେଉଛି ୧ ହଜାର ଟଙ୍କା। ଏହି ଚା’ର ଗୋଟିଏ କେଜି ପତ୍ରର ଦାମ ୩ ଲକ୍ଷ ଟଙ୍କା। ୧୦୦ କେଜି ବ୍ଲାକ ଟି ତୁଳନାରେ ଏହାର ୧୦୦ କେଜି ଚା’ ପାଇଁ ୩ ଗୁଣା ଅଧିକ ସମୟ, ଟଙ୍କା ଓ ଶ୍ରମିକ ଲାଗିଥାଆନ୍ତି। ଏହି କାରଣରୁ ଚା’ କପ୍‌ ମୂଲ୍ୟ ୧ ହଜାର ଟଙ୍କାରେ ବିକ୍ରି ହୁଏ। ଗ୍ରୀନ ଟି ଅପେକ୍ଷା ଏହା ଅଧିକ ସ୍ୱାସ୍ଥ୍ୟକର। Silver Needle White Teaରେ ଅଲଗା ଧରଣର ଆଣ୍ଟିଏକ୍ସିଡାଣ୍ଟ ଓ catechins, eco-catechins and flavonoids ଭଳି phytochemicals ରହିଛି।

Leave a Reply

Your email address will not be published. Required fields are marked *

Back to top button