ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ

ଭୁବନେଶ୍ୱର : ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡ଼ିଶା ବିଧାନସଭା ତରଫରୁ ଆଜି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ କର୍ମଚାରୀ ଶପଥ ପାଠ କରିଥିଲେ। ବିଧାନସଭା ଉପଶାସନ ସଚିବ ଶିଶିର କାନ୍ତ ସ୍ୱାଇଁ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ନିରାପତ୍ତା ଅଧିକାରୀ ନଟରାଜ ଡୁଙ୍ଗଡୁଙ୍ଗଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।