ରାୟଗଡ଼ାକୁ ୭ ଦିନ ସଟ୍‌ଡାଉନ୍‌ ଘୋଷଣା

ରାୟଗଡ଼ା : ରାୟଗଡ଼ ଜିଲ୍ଲା‌ରେ ଆଜି ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳାକୁ ୭ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ପି କେ ବେହେରା। ସଟ୍‌ଡାଉନ୍‌ କଟକଣା ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲାଗୁହେବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଗତ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାରୁ ୫୧୨ ନମୁନା ପରୀକ୍ଷା ପାଇଁ ଭୁବନେଶ୍ଵର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ସେଥିରୁ ୪୫୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ୩୬୪ ଜଣଙ୍କର ନମୁନା ନେଗେଟିଭି ରହିଛି। ୮୬ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ। ୧୦ଜଣଙ୍କର ନମୁନା ସ୍ଥାନୀୟ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ପରୀକ୍ଷାଗାରରେ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଜଣାଇଛନ୍ତି।

ମତାମତ ଦିଅନ୍ତୁ ।