ରେଳଯାତ୍ରା ପାଇଁ ୱେଟିଂ ଟିକଟ ବ୍ୟବସ୍ଥା ଉଠିବନି

ନୂଆଦିଲ୍ଲୀ : ୨୦୨୪ ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ୱେଟିଂ ଟିକଟ ବ୍ୟବସ୍ଥାକୁ ଉଠାଇଦିଆଯିବ ଯେଉଁ ଖବର ପ୍ରକାଶ ପାଇଛି ତାହା ସତ ନୁହେଁ। ଏହି ବ୍ୟବସ୍ଥା ଜାରି ରହିବ। ଭାରତୀୟ ରେଳ ପକ୍ଷରୁ ଏହା ସ୍ପଷ୍ଟ ଯାଇଛି।

ଭାରତୀୟ ରେଳ ପକ୍ଷରୁ ଚିଠା ଜାତୀୟ ରେଳଯୋଜନା ଗତକାଲି ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଆଗାମୀ ବର୍ଷଗୁଡ଼ିକରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର କ୍ଷମତା ବୃଦ୍ଧି କରାଯିବ। ଫଳରେ ଅଧିକ ଯାତ୍ରୀ ଯାତ୍ରା କରିପାରିବେ ଓ ୱେଟିଂ ଟିକଟ ସଂଖ୍ୟା ଆପେ ଆପେ କମିଯିବ। କିନ୍ତୁ ଏହାର ଅର୍ଥ ନୁହେଁ ୱେଟିଂ ଟିକଟ ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ। ୱେଟିଂ ଟିକଟର ଅର୍ଥ ହେଉଛି ଗୋଟିଏ ଟ୍ରେନରେ ଯେତିକି ଆସନ ଅଛି ତା ତୁଳନାରେ ଯାତ୍ରୀଙ୍କ ଚାହିଦା ଅଧିକ ରହିଛି। ଗଣମାଧ୍ୟମ ଚିଠା ଜାତୀୟ ରେଳ ଯୋଜନାର ଭୁଲ ଅର୍ଥ ବାହାର କରିଛନ୍ତି ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।