ରେନ୍‍ଟୋକିଲ୍‍ ଇନିସିଆଲ ଭାରତର ସମ୍ମୁଖ କାର୍ଯ୍ୟକର୍ତ୍ତାଙ୍କୁ ସହାୟତାର ହାତ ବଢାଇଲା

ନୂଆଦିଲ୍ଲୀ : ବିଶ୍ୱର ଅଗ୍ରଣୀ କୀଟପୋକ ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟରକ୍ଷା ସେବା ଯୋଗାଣକାରୀ ରେନ୍‍ଟୋକିଲ୍‍ ଇନିସିଆଲ କୋଭିଡ-୧୯ ବିରୋଧୀ ଲଢେଇରେ ଭାରତର ପ୍ରୟାସକୁ ସମର୍ଥନ କରିବା ନିମନ୍ତେ ନିଜର ପ୍ରତିବଦ୍ଧତାର ଅଂଶସ୍ୱରୂପ ରିଲିଫ ପ୍ରୟାସରେ ସହାୟତା କରିବାକୁ ୨.୫ ନିୟୁତ ପାଉଣ୍ଡମୂଲ୍ୟର ପିପିଇକିଟ୍‍ ପଠାଇଛି।

ଭାରତକୁ ଆସିଥିବା ସାମଗ୍ରୀଗୁଡିକ ମଧ୍ୟରେକଭରଅଲ୍ସ, ଫେସମାସ୍କ, ଗ୍ଲୋଭ୍‍ସ, ହାତଧୁଆସାବୁନ ଏବଂଡିସପେନ୍ସରସହିତସାନିଟାଇଜର ଆଦି ଅନ୍ତର୍ଭୁକ୍ତ। ପିପିଇଗୁଡିକୁ ଦେଶର ବିଭିନ୍ନ ଭାଗରେ ଥିବା ୫୦୦ ଡାକ୍ତରଖାନା ଓ ସମ୍ମୁଖଭାଗର କର୍ମୀଙ୍କ ନିକଟକୁ ପଠାଇ ଦିଆଯିବ। ରେନ୍‍ଟୋକିଲ୍‍ ଇନିସିଆଲର ଭାରତୀୟ ସହଯୋଗୀରେ ନ୍‍ଟୋକିଲ୍‍ ପିସିଆଇ ଦ୍ୱାରା ଏଗୁଡିକର ଆବଣ୍ଟନ କରାଯିବ।
ରେନ୍‍ଟୋକିଲ୍‍ ପିସିଆଇର ପରିଚାଳନା ନିର୍ଦ୍ଦେଶକ ଡେଭିଡ ଲିୱିସ କହିଛନ୍ତି ଟେକ୍‍ନିସିଆନଙ୍କ ଭଳି ସମ୍ମୁଖ ଭାଗରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଏହି ମହାମାରୀର ଅଗ୍ରଭାଗରେ ରହିଛନ୍ତି। ଆମେ ସେମାନଙ୍କ ଦ୍ୱାରା କେତେକ ଉଦାହରଣଯୋଗ୍ୟ କାର୍ଯ୍ୟ ଏବଂ ଆତ୍ମୋତ୍ସର୍ଗ ଲକ୍ଷ୍ୟ କରିଛୁ।ରେନ୍‍ଟୋକିଲ୍‍ ପିସିଆଇରେ ଆମେ ମୂଲ୍ୟବାନ ଜୀବନଗୁଡିକୁ ସୁରକ୍ଷା ପ୍ରଦାନ ସହିତ ଜୀବନକାଳ ବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଛୁ। ଭଳିସ ଙ୍କଟସ ମୟରେ ଭାରତର ଜନସାଧାରଣଙ୍କୁ ସହାୟତା କରିବା ଦିଗରେ ସମର୍ଥ ହୋଇଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ। ୬୫ ବର୍ଷରୁ ଅଧିକ ସମୟ ଧରି ଭାରତରେ କାର୍ଯ୍ୟ କରିଥିବା ଏକ କମ୍ପାନୀ ଭାବରେ ଦେଶର ସମ୍ମୁଖ ଭାଗରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ପିପିଇ କିଟ୍‍ଗୁଡିକର ତୁରନ୍ତ ଯୋଗାଣ ଜରିଆରେ ସେମାନଙ୍କୁ ସହାୟତା କରିବା ଆମର ଦାୟିତ୍ୱ ହୋଇଛି।

ବ୍ରିଟେନର ସିବିଆଇ ପ୍ରେସିଡେଣ୍ଟ ଲର୍ଡ ବିଲିମୋରିଆ କହିଛନ୍ତି ବ୍ରିଟେନ ଏବଂ ଭାରତ ମଧ୍ୟରେ ସର୍ବଦା ଅତ୍ୟନ୍ତ ନିବିଡ ସଂପର୍କ ରହିଆସିଛି। ସେମାନେ ଅର୍ଥନୈତିକ ସହଯୋଗରୁ ଉପକୃତ ହୋଇଛନ୍ତି। ଆମେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରୟାସ କରୁଥିବାରୁ ଏହି ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆପଦକୁ ସମ୍ମିଳିତ ଭାବରେ ମୁକାବିଲା କରିବାକୁ ହେବ।

Leave a Reply

Your email address will not be published. Required fields are marked *

Back to top button