ରୋଗ ପ୍ରତିରୋଧକ ଶକ୍ତି ବଢାଇବ କଳା ଜିରା

ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ବଢୁଛି ମୃତକଙ୍କ ସଂଖ୍ୟା। ଡାକ୍ତରଙ୍କ କହିବା ଅନୁସାରେ ଏହି ଭାଇରସରୁ ସୁରକ୍ଷା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଜରୁରୀ। ଏବେ ରୋଗ ପ୍ରତିରୋଧକ ଶକ୍ତି ଆମେ ଆମ ରୋଷେଇ ଘରୁ ପାଇପାରିବା। ରୋଷେଇ ଘରେ କିଛି ନା କିଛି ଜିନିଷରେ ଔଷଧୀୟ ଗୁଣ ରହିଛି। କିନ୍ତୁ କରୋନା ପାଇଁ କଳାଜିରା ଖୁବ୍ ଲାଭଦାୟକ। କଳାଜିରାର ଛୋଟ ଛୋଟ ମଞ୍ଜି ଭିତରେ ସୁସ୍ଥ ଶରୀରର ରାଜ୍ ଭରି ରହିଛି। ଏହାକୁ ଖାଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ଶରୀରରୁ ବହୁ ରୋଗ ଦୂର ହୁଏ।

କଳାଜିରାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି। ଶରୀରରେ ଫ୍ରି-ରାଡିକାଲ ସହ ଲଢିବାରେ ଏହା ସାହାର୍ଯ୍ୟ କରେ। ଯାହାକି ଅକ୍ସିଡେଟିଭ ଷ୍ଟେ୍ରସର କାରଣ ବୋଲି କୁହାଯାଏ। କଳାଜିରା ବ୍ୟବହାର କରିବା ଦ୍ଵାରା କୋଲଷ୍ଟେ୍ରାଲର ସ୍ତର କମ୍ ହୋଇଥାଏ। ଏଥିରେ ଯେଉଁ ତତ୍ତ୍ଵ ରହିଛି ତାହା ମସ୍ତିଷ୍କର କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ। କଳାଜିରାରେ ଥିବା ଆଣ୍ଟିଅକ୍ସିଡେଣ୍ଟ କ୍ୟାନ୍ସରରୁ ରକ୍ଷା କରିବାରେ ସହାୟକ ହୁଏ।

କଳାଜିରାକୁ ପାଣି ସହିତ ସିଝାଇ ସେଥିରେ ଲେମ୍ବ ଓ ମହୁ ମିଶାଇ ପିଅନ୍ତୁ। ଆପଣ ଚାହିଁବେ ଯଦି ଏହାକୁ ଗରମ ପାଣି ସହ ଖାଇପାରିବେ। ଏହାପରେ ୧ ଚାମଚ ମହୁ ଖାଇ ଦିଅନ୍ତୁ। ଅଳ୍ପ କଳାଜିରାରେ ଲେମ୍ବୁ ରସ ପକାଇ ଅଳ୍ପ ସମୟ ଖରାରେ ରଖି ଦିଅନ୍ତୁ। ଯେମିତି କଳାଜିରା ସମ୍ପୂର୍ଣ୍ଣ ଶୁଖିନଯାଏ। ଏହାପରେ ପ୍ରତିଦିନ ୮ରୁ ୧୦ଟି କଳାଜିରା ମଞ୍ଜି ଖାଆନ୍ତୁ।

ବହୁ ପ୍ରାକୃତିକ ଗୁଣରେ ଭରପୁର କଳାଜିରାର ଅଧିକ ବ୍ୟବହାର କରିବା ଉଚିତ୍ ନୁହେଁ। ଏକ ନିଶ୍ଚିତ ମାତ୍ରାରୁ ଅଧିକ ଖାଇଲେ ତାହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଗର୍ଭବତୀ ମହିଳା କିମ୍ବା ଗର୍ଭଧାରଣ କରିଥିବା ମହିଳାଙ୍କୁ କଳାଜିରା ଦେବା ଠିକ୍ ନୁହେଁ। ଯଦି ଗର୍ଭବତୀ ମହିଳା କଳାଜିରା ବ୍ୟବହାର କରିବାକୁ ଚାହାନ୍ତି ତେବେ ପ୍ରଥମେ ଡାକ୍ତର କିମ୍ବା କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍।

ମତାମତ ଦିଅନ୍ତୁ ।