ରୋଗୀଙ୍କ କଟକ ଓ ଭୁବନେଶ୍ୱରକୁ ଯିବା ଉପରେ ସରକାର ପ୍ରତିବନ୍ଧକ ଲଗାଇ ନାହାନ୍ତି : ମୁଖ୍ୟ ସଚିବ

ଭୁବନେଶ୍ଵର : ରାଜ୍ୟ ସରକାର ରୋଗୀଙ୍କ କଟକ ଓ ଭୁବନେଶ୍ୱରକୁ ଯିବା ଉପରେ ପ୍ରତିବନ୍ଧକ ଲଗାଇ ନାହାନ୍ତି। ରୋଗୀମାନଙ୍କର ଚିକିତ୍ସା ଲାଗି ଉଦ୍ୟମ ନ କରି ସେମାନଙ୍କୁ ଭୁବନେଶ୍ଵର ଓ କଟକ ନ ପଠାଇବାକୁ ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଥିଲେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ସମଗ୍ର ରାଜ୍ୟର ଲୋକଙ୍କ ପାଇଁ ସରକାର କଟକ ଓ ଭୁବନେଶ୍ୱରର ଯୁଗ୍ମ ସହରରେ ଉନ୍ନତ ସ୍ଵତନ୍ତ୍ର କୋଭିଡ୍ ଡାକ୍ତରଖାନା ସୁବିଧା ସୃଷ୍ଟି କରିଛନ୍ତି। ରୋଗୀମାନେ କିଭଳି ନିରାପଦରେ ଯାତ୍ରା କରି ଉପଯୁକ୍ତ ଚିକିତ୍ସା ପରାମର୍ଶ ଓ ଅମ୍ଳଜାନ ସହାୟତା ସହିତ ଆସିବେ ସେଥିପ୍ରତି ସରକାର ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି ଅତୀତରେ ଏହି ବିଷୟ ପ୍ରତି ଅସାବଧାନତା ହେତୁ ରୋଗୀ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଉପଯୁକ୍ତ ଚିକିତ୍ସା ସହାୟତା ଥିବା ରୋଗୀମାନଙ୍କର ରେଫରାଲ୍ ପଏଣ୍ଟରେ ରୋଗର ପରବର୍ତ୍ତୀ ପରିଚାଳନାରେ ସହାୟକ ହେବ ଓ ସେମାନଙ୍କ ଜୀବନ ବଞ୍ଚାଇବ।

ବର୍ତ୍ତମାନ ପରିସ୍ଥିତି ଯଦି ତିନିଦିନ ଧରି ରୋଗୀଠାରେ କୌଣସି ଲକ୍ଷଣ ନ ଥିବ ତେବେ ନମୁନା ସଂଗ୍ରହ ତାରିଖରୁ ୧୦ ଦିନ ପରେ ରୋଗୀଙ୍କୁ କ୍ଲିନିକାଲ୍ ଡିସଚାର୍ଜ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଠାରେ ଉତ୍ସର୍ଗୀକୃତ କୋଭିଡ୍ ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମତାମତ ଦିଅନ୍ତୁ ।