ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା

ବଲାଙ୍ଗୀରି : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭଙ୍ଗାରୁଜା। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଏପରି କାଣ୍ଡ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସୋମବାର ଆଶ୍ରମ ପଡ଼ାର ପ୍ରେମ ମେହେରଙ୍କୁ ଙ୍କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଠିକ୍ ସମୟରେ ଅକ୍ସିଜେନ ନମିଳିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହି କାରଣରୁ ସେମାନେ ଉତ୍ତକ୍ତ ହୋଇ ଭଙ୍ଗାରୁଜା କରିଥିଲେ। ହସ୍ପିଟାଲରେ ଚାପା ଉତ୍ତେଜନା ଦେଖାଦେବାରୁ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଆଇଆଇସି ପୋଲିସ ଫୋର୍ସ ପହଞ୍ଚିଥିଲେ। ତେବେ ବଲାଙ୍ଗିର ସିଡିଏମଓ କହିଛନ୍ତି ଏ ବିଷୟରେ ମୁଁ କିଛି ଜାଣି ନାହିଁ। ଯଦି ଏଭଳି ଘଟିଥାଏ ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *

Back to top button