ରୋଜା ରଖି କରୋନା ରୋଗୀଙ୍କ ସେବା ଗର୍ଭବତୀ ନର୍ସ

ସୁରତ : ରମଜାନ ମାସରେ ଉପବାସ ରହି ରୋଜା ପାଳନ ସହିତ କରୋନା ରୋଗୀଙ୍କ ସେବା କରୁଛନ୍ତି ଜଣେ ୪ ମାସର ଗର୍ଭବତୀ ନର୍ସ। କର୍ତ୍ତବ୍ୟ ଓ ମାନବିକତା ପାଇଁ ମନରେ ସଂକ୍ରମିତ ହେବାର ଭୟ ନାହିଁ। ଲୋକଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିଚାଲିଛନ୍ତି। ଯାହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି।

ଖବର ଅନୁଯାୟୀ ନାନସୀ ଆୟେଜା ମିସ୍ତ୍ରୀ ସୁରତର ଗୋଟିଏ କୋଭିଡ୍‌ କେୟାର ହସ୍ପିଟାଲ୍‌ରେ ନର୍ସ ଭାବେ କାମ କରୁଛନ୍ତି। ସେ ଏବେ ୪ ମାସ ଗର୍ଭବତୀ। ତଥାପି ଡ୍ୟୁଟିରେ ସାମାନ୍ୟ ହେଳାନାହିଁ। ବର୍ତ୍ତମାନ ପବିତ୍ର ରମଜାନ ମାସ ଚାଲିଥିବାରୁ ନାନସୀ ଆୟେଜ ନିଜ ଧର୍ମର ପାଳନ କରିବା ପାଇଁ ରୋଜା ରଖୁଛନ୍ତି। ଦିନସାରା ଉପବାସ। ପାଣି କିମ୍ବା ଖାଦ୍ୟ ଗ୍ରହଣ କରୁନଥିଲେ ହେଁ ଦିନକୁ ୮ରୁ ୧୦ ସୁରତରେ ଥିବା ଅଟଳ କୋଭିଡ-୧୯ ସେଣ୍ଟର୍‌ରେ ଡ୍ୟୁଟି କରୁଛନ୍ତି। କରୋନାର ପ୍ରଥମ ଲହର ସମୟରେ ମଧ୍ୟ ନାନସୀ ଏଠାରେ ଆକ୍ରାନ୍ତଙ୍କ ସେବା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button