ସାବତ ମା’କୁ ତଣ୍ଟି ଚିପି ହତ୍ୟା

ନବରଙ୍ଗପୁର : ସାବତ ମା’କୁ ତଣ୍ଟିଚିପି ହତ୍ୟା କରିବା ପରି ଘଟଣା ନବରଙ୍ଗପୁର ଗାଦବାଗୁଡା ସାହିରେ ଘଟିଛି।

ଖବର ଅନୁଯାୟୀ ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ସାବତ ମା’ ରୁନିକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଛି। ସମ୍ପତ୍ତିକୁ ନେଇ ସୂର୍ଯ୍ୟକାନ୍ତ ଓ ସାବତ ମା’ଙ୍କ ମଧ୍ୟରେ ଚାରି ପାଞ୍ଚ ମାସ ପୂର୍ବରୁ ବିବାଦ ଆରମ୍ଭ ହୋଇଥିଲା। ଆଜି ଏହା ଉଗ୍ରରୂପ ନେବାରୁ ହତ୍ୟାକାଣ୍ଡ ଘଟିଛି। ପୋଲିସ ସୂର୍ଯ୍ୟକାନ୍ତଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।