ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଦଳୀୟ ଆକାଉଣ୍ଟକୁ ଆସିଛି ୧୦୬ କୋଟି

ନୂଆଦିଲ୍ଲୀ : ୨୦୧୬-୧୯ ମସିହା ମଧ୍ୟରେ ଅର୍ଥାତ ସାଧାରଣ ନିର୍ବାଚନ ପୂର୍ବରୁ ବେନାମୀ ଆକାଉଣ୍ଟରୁ କଂଗ୍ରେସର ଦଳୀୟ ଆକାଉଣ୍ଟକୁ ଆସିଛି ୧୦୬ କୋଟି ଟଙ୍କା। ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏନେଇ ସୂଚନା ପାଇଥିବାରୁ ୪୦୮ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ୨୦୧୯ ଫେବୃଆରୀ ୧୩ରୁ ୨୦୧୯ ଅକ୍ଟୋବରରୁ ୪ ମଧ୍ୟରେ ୭୪, ୬୨,୦୦,୦୦୦ ଟଙ୍କା ଆସିଛି। ସେହିପରି ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ୱର ୨୦୧୬ ମଧ୍ୟରେ ୨୬,୫୦,୦୦୦୦ ଟଙ୍କା, ଏପ୍ରିଲ ୨୦୧୭ରୁ ସେପ୍ଚେମ୍ୱର ୨୦୧୯ ମଧ୍ୟରେ ୫,୨୨,୦୦,୦୦୦ ଟଙ୍କା, ୨୭ ଫେବୃଆରୀ ୨୦୧୯ରେ ୫ କୋଟି ୪ ଲକ୍ଷ, ଫେବୃଆରୀ ୨୮, ୨୦୧୯ରେ ୩.୭୫ କୋଟି, ୨୦ ଏପ୍ରିଲ, ୨୦୧୯ରେ ୬ କୋଟି ୪୦ ଲକ୍ଷ, ଏପ୍ରିଲ ୨୪ରେ ୫.୪୫ ଲକ୍ଷ ଟଙ୍କା କଂଗ୍ରେସ ଅଫିସ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି।

  ପିସିଆର୍‌ ଭ୍ୟାନ୍‌କୁ ପିଟିଲା ଟ୍ରକ

ବିଜେପି ଆଇଟି ସେଲ୍ ମୁଖ୍ୟ ତଥା ପଶ୍ଚିମବଙ୍ଗର ସହ ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି ନୋଟବନ୍ଦୀକୁ ନେଇ କଂଗ୍ରେସ ସବୁବେଳେ ସମାଲୋଚନା କରୁଛି। ହେଲେ ଏହି ବେନାମୀ ଟଙ୍କା କେଉୁଁଠୁ ଆସିଲା ତା’ର ହିସାବ ଦେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।