ସମୁଦ୍ର ପାଣି ଛୁଇଁଲେ ଫାଇନ୍

ପଟ୍ଟାମୁଣ୍ଡାଇ : ରାଜନଗର ପେଣ୍ଠ ସମୁଦ୍ରରେ ବୁଡି ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ପ୍ରାଣ ହରାଇବା ପରେ ଜିଲ୍ଲା ପ୍ରଶାସନ ଗାଧୋଇବା ଉପରେ କଟକଣା ଲଗାଇଛି। ଏଣିକି ସମୁଦ୍ର ପାଣିରେ ଗୋଡ ବୁଡାଇଲେ ଜରିମାନା ଦେବାକୁ ପଡିବ। ଏ ସମ୍ପର୍କରେ ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ସେଠାରେ ଆଜିଠାରୁ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ ଗତ ୧୫ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ସେଥିପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ କଟକଣା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ୧ ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ବାଇ ପେଣ୍ଠ ସମୁଦ୍ର କୂଳକୁ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ। ଗୌତମଙ୍କର ମୃତଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ସତ୍ୟଜିତଙ୍କ ମୃତଦେହ ମିଳିପାରିନାହିଁ।

ମତାମତ ଦିଅନ୍ତୁ ।