ଶନି ଓ ରବିବାର ସକାଳ ୫ରୁ ୬ଟା କଟକଣା କୋହଳ

0

ଭୁବନେଶ୍ଵର : ରାଜ୍ୟର ସହରାଞ୍ଚଳରେ ଆଜି ରାତି ୯ରୁ ଆସନ୍ତାକାଲି ସକଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ। ଶନି ଓ ରବିବାର ସଟ୍‌ଡାଉନ୍। ଅର୍ଥାତ୍ ଆଜି ରାତି ୯ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। କିନ୍ତୁ ଯେଉଁମାନେ ଜଗିଙ୍ଗ, ମର୍ଣ୍ଣିୱାର୍କ ବା ସାଇକେଲିଂ କରୁଛନ୍ତି ସେମାନଙ୍କ ପାଇଁ ଶନି ଓ ରବିବାର ସକାଳ ୫ରୁ ୬ଟା ଗୋଟିଏ ଘଣ୍ଟା ପାଇଁ କଟକଣା କୋହଳ କରାଯିବ। ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସପ୍ତାହାନ୍ତ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ।

ସେହିପରି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ଗତକାଲି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। କେବଳ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ କିମ୍ବା ଟିକାର ଡବଲ ଡୋଜ ନେଇଥିଲେ ହୋମ କ୍ୱାରେଣ୍ଟାଇନ ପାଇଁ ଅନୁମତି ମିଳିବ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.