Breaking Newsରାଜ୍ୟ

ସରକାରୀ ହାଇସ୍କୁଲ ଶିକ୍ଷାର୍ଥୀଙ୍କ ପାଇଁ ସଂରକ୍ଷଣ, ଗଠନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି

ଭୁବନେଶ୍ୱର : ସରକାରୀ ହାଇସ୍କୁଲ୍‌ରେ ପଢୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଇଞ୍ଜିନିୟରିଙ୍ଗ୍‌ ଓ ମେଡିକାଲ୍‌ ଶିକ୍ଷା ଲାଗି ଆସନ ସଂରକ୍ଷଣ। ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ବେଳେ ଏନେଇ ଆବଶ୍ୟକ ସୁପାରିସ ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ହୋଇଛି।

ସରକାର ଗଠନ କରିଥିବା କମିଟିର ଅଧ୍ୟକ୍ଷ ହେବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏ.କେ. ମିଶ୍ର। ୧୯୫୮ ମସିହାରେ ଯାଜପୁରରେ ଜନ୍ମିତ ଜଷ୍ଟିସ୍‌ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ଡିଗ୍ରି ହାସଲ କରିଥିଲେ। ୨୦୦୨ରେ ସେ ‘ରାଇଟ୍‌ ଟୁ ସ୍ପିଡି’ ବିଷୟରେ ପିଏଚ୍‌ଡି କରିଥିଲେ।

କମିଟି ଅନ୍ୟ ସଦସ୍ୟମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ‘ବାର୍କ’ ସ୍ଥିତ ଲେଜର୍‌ ଆଣ୍ଡ୍‌ ପ୍ଲାଜ୍‌ମା ଟେକ୍ନୋଲୋଜି ଡିଭିଜନ୍‌ର ପୂର୍ବତନ ମୁଖ୍ୟ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ‘ଡିଏମ୍‌ଇଟି’ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ବି. ଏସ୍‌. ପୁନିଆ (ଆଇଏଏସ୍‌), ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦେଶକ ଜି. ରେଘୁ (ଆଇଏଏସ୍‌) ଓ ଆବାହକ ସଦସ୍ୟ ରହିଛନ୍ତି ‘ଏସ୍‌ଡି ଆଣ୍ଡ୍‌ ଟିଇ ଡିପାର୍ଟମେଣ୍ଟ୍‌’ର ଯୁଗ୍ମ ସଚିବ ଡକ୍ଟର ଏ. କେ. ନାୟକ ଓଏଏସ୍‌)।

ମତାମତ ଦିଅନ୍ତୁ ।

Back to top button