ସରକାରୀ ହସ୍ପିଟାଲକୁ ପେଟିଏମ୍ ପ୍ରଦାନ କରିବ ଅକ୍ସିଜେନ୍ କନ୍‌ସେନଟ୍ରେଟର୍ସ

ଦିଲ୍ଲୀ/ ଭୁବନେଶ୍ୱର : ଦେଶରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବକୁ ଦୂରକରି ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଭାରତର ଅଗ୍ରଣୀ ଡିଜିଟାଲ୍ ଆର୍ଥିକ ସେବା ପ୍ଲାଟଫର୍ମ ପେଟିଏମ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି।

କୋଭିଡ୍‌-୧୯କୁ ପରାସ୍ତ କରିବା ଲାଗି ପେଟିଏମ୍ ଫାଉଣ୍ଡେସନ ପକ୍ଷରୁ ୩୦୦୦ ଅକ୍ସିଜେନ୍ କନ୍‌ସେନଟ୍ରେଟର୍ସ (ଓସି) ଆମଦାନି କରାଯିବ। ସେଥିପାଇଁ ଦେଶ ବ୍ୟାପି “ଅକ୍ସିଜେନ୍ ଫର୍ ଇଣ୍ଡିଆ’ ପଦକ୍ଷେପର ଶୁଭାରମ୍ଭ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରାଯାଇପାରିବ। ପେଟିଏମ୍ ଫାଉଣ୍ଡେସନ ୧,୦୦୦ ଅକ୍ସିଜେନ୍ କନ୍‌ସେନଟ୍ରେଟର୍ସର ଅର୍ଡର ପ୍ରଦାନ କରିଛି। ଯାହାର ମୂଲ୍ୟ ଟ.୪ କୋଟି। ଏହାଛଡା ୧୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଛି। କମ୍ପାନୀ ଏଥିରେ ଲୋକମାନଙ୍କୁ ସାମିଲ୍ ହେବା ପାଇଁ ଅନୁରୋଧ କରୁଛି। ଏହି ଅଭିଯାନ ଆରମ୍ଭ କରିବାର ମାତ୍ର କିଛି ଘଂଟା ମଧ୍ୟରେ ୧.୫ କୋଟି ସଂଗ୍ରହ କରିଛି। ପେଟିଏମ୍‌ର ଅବଦାନ ସହିତ ବର୍ତ୍ତମାନ ପେଟିଏମ୍ ଫାଉଣ୍ଡେସନ୍ ଦ୍ୱାରା ସଂଗ୍ରହ କରାଯାଇଥିବା ସମୁଦାୟ ପରିମାଣ ହେଉଛି ୩ କୋଟିରୁ ଟଙ୍କାରୁ ଅଧିକ।

କମ୍ପାନୀ ହସ୍ପିଟାଲରୁ ଅକ୍ସିଜେନ ପାଇଁ ଅନୁରୋଧକୁ ପେଟିଏମ୍ ଆପରେ ଗ୍ରହଣ କରିବ। ପ୍ରଥମେ ସରକାରୀ ହସ୍ପିଟାଲକୁ ଅଗ୍ରାଧିକାର ପ୍ରଦାନ କରିବ। ଏହାପରେ ଘରୋଇ ଓ ଛୋଟ କ୍ଲିନିକକୁ ସହାୟତା ପ୍ରଦାନ କରାଯିବ। ଶେଷରେ ରେସିଡେଂଟ ୱେଲଫେୟାର ଆସୋସିଏସନ (ଆରଡବ୍ଲୁଏ)କୁ ପ୍ରଦାନ କରାଯିବ। ଏହି ତାଲିକା ଜନସାଧାରଣଙ୍କ ଦେଖିବା ପାଇଁ ଉପଲବ୍ଧ ହେବ। ଯଦ୍ୱାରା ସର୍ବାଧିକ ସ୍ୱଚ୍ଛତା ଓ ଦାୟୀତ୍ୱ ସମ୍ପନ୍ନତାକୁ ସୁନିଶ୍ଚିତ କରାଯାଇପାରିବ। ଏହି ସେବା ଫାଷ୍ଟ-କମ୍‌-ଫାଷ୍ଟ-ସର୍ଭ ଭିତିିରେ ପ୍ରଦାନ କରାଯିବ। ଆବଶ୍ୟକତା କ୍ଷେତ୍ରରେ ଜରୁରୀକାଳୀନ ଭିତ୍ତିରେ ଦିଆଯିବ। ହସ୍ପିଟାଲଗୁଡ଼ିକ ସବିଶେଷ ତଥ୍ୟ ଯଥା ଆବଶ୍ୟକତା, ଠିକଣା ତଥା କୋର୍ଡିନେଟରଙ୍କ ନାମ ପ୍ରଦାନ କରିବେ।

ପେଟିଏମ୍ ପ୍ରତିଷ୍ଠାତା ଓ ସିଇଓ ବିଜୟ ଶେଖର ଶର୍ମା କହିଛନ୍ତି ଭାରତ ଏକ ଜଟିଳ ଅକ୍ସିଜେନ ଅଭାବଜନିତ ସମସ୍ୟା ଦେଇ ଗତି କରୁଛି। ସମସ୍ତ ପ୍ରକାର ଅକ୍ସିଜେନ ସହାୟତାର ଆବଶ୍ୟକତା ରହିଛି। ଯଥା ବଡ଼ ଅକ୍ସିଜେନ ଟ୍ୟାଙ୍କର୍ସ, ଅକ୍ସିଜେନ ସିଲିଣ୍ଡର ଓ ଏହାପରେ ଅକ୍ସିଜେନ୍ କନ୍‌ସେନଟ୍ରେଟର୍ସ ଯଦ୍ୱାରା ସ୍ଥାନୀୟ ଭାବରେ ଅକ୍ସିଜେନ ପ୍ରସ୍ତୁତ କରାଯାଇପାରିବ। ମୁଁ ମଧ୍ୟ ଷ୍ଟାର୍ଟଅପ୍ ଓ ବ୍ୟବସାୟୀମାନଙ୍କୁ ଅନୁରୋଧ କରୁଛି ସେମାନେ ଆମକୁ ସହଯୋଗ କରନ୍ତୁ। ଯଦ୍ୱାରା ଅକ୍ସିଜେନ୍ କନ୍‌ସେନ ଟ୍ରେଟର୍ସର ଯୋଗାଣକୁ ଦୁଇଗୁଣା କରାଯାଇପାରିବ।

ମହାମାରୀ ଆରମ୍ଭରୁ ପେଟିଏମ୍ କୋଭିଡ-୧୯ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି। ଗତବର୍ଷ ପିଏମ୍ କେୟାର ଫଣ୍ଡ ପାଇଁ ନାଗରିକମାନଙ୍କ ସହାୟତାରେ ଅନେକ ଅର୍ଥ ସଂଗ୍ରହ କରିଥିଲା। ସମ୍ମୁଖ କର୍ମଚାରୀ ତଥା କୋଭିଡ୍ ଯୋଦ୍ଧାମାନଙ୍କୁ ୧୦ ନିୟୁତରୁ ଅଧିକ ହାଇଜିନ୍ କିଟ୍ ମଧ୍ୟ ଦେଇଛି। ଏହାଛଡା ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ୨୦ ନିୟୁତ ଭୋଜନ (ମିଲ) ପ୍ରଦାନ କରିଥିଲା। ଘରେ ରହି ଜରୁରୀକାଳୀନ ପେମେଂଟରେ ସହାୟତା କରିବା ପାଇଁ ପେଟିଏମ୍ ଆପ ଉପରେ ନିରନ୍ତର କାର୍ଯ୍ୟ ଜାରି ରଖିଥିଲା। ଯେଉଁଥିରେ ମୋବାଇଲ୍ ଓ ଡିଟିଏଚ୍ ରିଚାର୍ଜ, ଇଲେକ୍ଟ୍ରିସିଟି, ପାଣି, ଗ୍ୟାସ, କ୍ରେଡିଟ୍ କାର୍ଡ଼ ଓ ବୀମା ପ୍ରିମିୟମ ପେମେଂଟ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି।

Leave a Reply

Your email address will not be published. Required fields are marked *

Back to top button