ସରପଞ୍ଚ ସ୍ଵାମୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ସରପଞ୍ଚଙ୍କ ସ୍ଵାମୀକୁ ବେକ କାଟି ହତ୍ୟା। ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାର ମୋହଲା ମାନପୁର ନିକଟ ପରଦୋନି ଠାରେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ହତ୍ୟା କରିବା ପରେ ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଥିବା ବେଳେ ଏକ ଟ୍ରାକ୍ଟରକୁ ପୋଡି ଦେଇଛନ୍ତି। ଏହାଛଡା ବିଜେପି ନେତା ରାଜୁ ଟଣ୍ଡିଆଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ପୋଷ୍ଟରରେ ଲେଖିଛନ୍ତି।

ଖବର ଅନୁଯାୟୀ ବୁଧବାର ରାତିରେ ୨୦ରୁ ୩୦ ନକ୍ସଲ ମେନୁ ରାମ ଘରେ ପଶିଥିଲେ। ରାତ୍ରୀ ଭୋଜନ ସାରି ଶୋଇବାକୁ ଯାଉଥିବା ମେନୁରାମଙ୍କୁ ସେମାନେ ଘରୁ ଅପହରଣ କରି ନିକଟସ୍ଥ ଜଙ୍ଗଊରେ ନିର୍ଦ୍ଧୁମ ପିଟିବା ପରେ ବେକ କାଟି ହତ୍ୟା କରିଥିଲେ। ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲମାନେ ଛାଡି ନଥିଲେ।

  ବାହା ହେବାକୁ କହି ଭାବି ସ୍ଵାମୀଙ୍କ ଠାରୁ ୬ ଲକ୍ଷ ଠକି ଛୁ

ମୃତ୍ୟୁବରଣ କରିଥିବା ମେନୁ ରାମ ସଲାମ ପୂର୍ବରୁ ସରପଞ୍ଚ ଥିଲେ। ଏବେ ତାଙ୍କ ପତ୍ନୀ ସରପଞ୍ଚ ଅଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ନକ୍ସଲ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ସେମାନେ ଏକ ପୋଷ୍ଟର ଛାଡି ଚାଲିଯାଇଥିଲେ। ପୋଷ୍ଟରରେ ଜଣେ ବିଜେପି ନେତାଙ୍କ ସମେତ ୨୫ ଜଣଙ୍କ ନାଁ ଉଲ୍ଲେଖ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଇନଫରମର ସନ୍ଧେହରେ ପନ୍ଦର ଦିନ ମଧ୍ୟରେ ଦୁଇ ଜଣକୁ ନକ୍ସଲମାନେ ହତ୍ୟା କରିସାରିଲେଣି।

ମତାମତ ଦିଅନ୍ତୁ ।