ସାର୍ବଜନୀନ ଶୌଚାଳୟରେ କରୋନା ସଂକ୍ରମଣର ଭୟ

ନୂଆଦିଲ୍ଲୀ : ସାର୍ବଜନୀନ ଶୌଚାଳୟରେ କରୋନା ସଂକ୍ରମଣର ଭୟ ରହିଛି। ଫ୍ଲସ କରିବା ପରେ ମଧ୍ୟ ଜମି ରହିଥିବା ଭୂତାଣୁ ନିଃଶ୍ଵାସ ଜରିଆରେ ଶରୀରରେ ପ୍ରବେଶ କରିପାରେ। ତେଣୁ ସାର୍ବଜନୀନ ମାସ୍କ ପିନ୍ଧିବା ଜରୁରୀ। ଫିଜିକ୍ସ ଅଫ ଫ୍ଲୁଇଡିସ୍‌ରେ ପ୍ରକାଶିତ ଅଧ୍ୟୟନର ରିପୋର୍ଟରେ ଏହା କୁହାଯାଇଛି।

ରିପୋର୍ଟ ଅନୁଯାୟୀ ୟୁରିନାଲରେ ଫ୍ଲସ ପରେ ଭୂତାଣୁର କଣିକା ସେଠାରେ ଲାଗି ରହିଥାଏ। ଯାହାଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ଚୀନର ୟଙ୍ଗଜୋ ବିଶ୍ଵ ବିଦ୍ୟାଳୟର ବୈଜ୍ଞାନିକଙ୍କ ମତ ହେଲା ସାର୍ବଜନୀନ ଶୌଚାଳୟରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଥାଏ। ସେହିପରି ଏହି ବିଶ୍ଵ ବିଦ୍ୟାଳୟର ସହ ଲେଖକ ଜିୟାଙ୍ଗଡୋଙ୍ଗ ଲିୟୁ କହିଛନ୍ତି ଫ୍ଲସିଂ ସମୟରେ ଘଟୁଥିବା କଣିକାର ବିଘଟନର ମୋଡେଲ୍ ପ୍ରସ୍ତୁତ ଲାଗି କମ୍ପ୍ୟୁଟେସନାଲ ପ୍ରକ୍ରିୟାର ଉପଯୋଗ କରାଯାଇଛି। ମୁତ୍ରକୁ ଫ୍ଲସ୍ କରିବା ଦ୍ଵାରା ଗ୍ୟାସ୍ ଓ ତରଳ ଇଣ୍ଟରଫେସ୍ର ମିଶ୍ରଣ ଘଟି ଏରୋସେଲ କଣିକାକୁ ପ୍ରସାର କରିଥାଏ। ଯାହା ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଥାଏ।

କୁହାଯାଇଛି ସାଧାରଣତଃ ପୁରୁଷ ଶୌଚାଳୟ ବ୍ୟବହାର କରନ୍ତି। ତେବେ ୫ ସେକେଣ୍ଡ ଭିତରେ ଛୋଟ କଣିକା ଜଙ୍ଘ ପର୍ଯ୍ୟନ୍ତ ପହଞ୍ଚିପାରୁ ଥିବାରୁ ସଂକ୍ରମଣର ଆଶଙ୍କା ରହିଥାଏ। ବିଶେଷ କରି ଜନବହୁଳ ଅଞ୍ଚଳରେ ଥିବା ଶୌଚାଳୟରେ ସଂକ୍ରମଣର ଏହି ଆଶଙ୍କା ଅଧିକ। କାରଣ ସେଠାରେ ଅଧିକ ସଂଖ୍ୟାରେ ଲୋକ ଶୌଚାଳୟ ବ୍ୟବହାର କରନ୍ତି। ସେଠାରେ ସାନିଟାଇଜ୍ କରାଯାଏ ନାହିଁ।

ମତାମତ ଦିଅନ୍ତୁ ।