Breaking Newsଅପରାଧ

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବେ ସିବିଆଇର ଏ ଦୁଇ ଅଫିସର ‌

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବିହାରର ଗଗନଦୀପ ଗମ୍ଭୀର ଓ ମନୋଜ ଶଶୀଧରଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି।

ଗଗନଦୀପ ଗମ୍ଭୀର ହେଉଛନ୍ତି ୨୦୦୪ ମସିହାର ଆଇପିଏସ୍‌। ସେ ରାଜକୋଟ ସମେତ ବିଭିନ୍ନ ଜିଲ୍ଲାରେ ପୋଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରିଥିବା ବେଳେ ଗତ ବର୍ଷଠାରୁ ସିବିଆଇରେ ଅଛନ୍ତି। ବେଆଇନ ଖଣି ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସଂପୃକ୍ତିକୁ ନେଇ ଗମ୍ଭୀର ତଦନ୍ତ କରିଥିଲେ। ଏହା ପରେ ତାଙ୍କୁ ଶ୍ରୀଜାନ ସ୍କାମ ଓସାମ୍ବାଦିକ ଉପେନ୍ଦ୍ର ରାୟଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଶଶୀଧର ହେଉଛନ୍ତି ୧୯୯୪ ମସିହା ଗୁଜୁରାଟ କ୍ୟାଡର ଆଇପିଏସ୍‌ ଅଧିକାରୀ। ଏବେ ସିବିଆଇର ଯୁଗ୍ମ ନିର୍ଦେଶକ। ସେ ଭଦୋଦରା ପୋଲିସ କମିସନର, ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ୍‌ର ଡେପୁଟି କମିସନର, ଅହମ୍ମଦାବାଦ୍‌ ପୁଲିସ୍‌ର ଯୁଗ୍ମ କମିସନର ଓ ଗୁଜୁରାଟର ୫ଟି ଜିଲ୍ଲାରେ ପୋଲିସ ସୁପରିଟେଣ୍ଡେଣ୍ଟ୍‌ ଭାବେ କାର୍ଯ୍ୟ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button