ସଟ୍‌ଡାଉନ୍‌ ତାରିଖ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୟନାରାୟଣ

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ନୂଆଖାଇ। କିନ୍ତୁ ଜିଲ୍ଲା ପ୍ରଶାସନ ସମ୍ବଲପୁରକୁ ୨୨ ଓ ୨୩ ତାରିଖ ଦୁଇଦିନ ସଟ୍‌ଡାଉନ୍ ଘୋଷଣା କରିଛି। ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିବାରୁ ସଟ୍‌ଡାଉନର ପ୍ରଭାବ ପର୍ବପାଳନ ଉପରେ ପଡିବ। ତେଣୁ ସଟ୍‌ଡାଉନ ତାରିଖ ପରିବର୍ତ୍ତନ କରାଯାଉ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ ଦର୍ଶାଇଛନ୍ତି ସଟ୍‌ଡାଉନ୍ ପାଇଁ ପର୍ବ ପାଳନ ସହିତ କିଣାବିକା ଓ ଯାତାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେ ଦୃଷ୍ଟିରୁ ସଟ୍‌ଡାଉନ୍ ନୂଆଖାଇର ଦୁଇଦିନ ପୂର୍ବରୁ କିମ୍ବା ପରେ ଲାଗୁ କରିବାକୁ ଜୟନାରାୟଣ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।