ସଟ୍‌ଡାଉନ୍‌ରେ ରେଳ ଷ୍ଟେସନକୁ ମିଳିବ ‘ମୋ ବସ୍‌’ ସେବା

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ଆସନ୍ତାକାଲି ଠାରୁ ଲାଗୁ ହେବ। ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବ। କିନ୍ତୁ ରେଳ ଷ୍ଟେସନକୁ ଏହି ସେବା ମିଳିବ।

ଶୁକ୍ରବାର ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ବେଳେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିଲେ ମଧ୍ୟ ରେଳ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ। ରେଳ ଷ୍ଟେସନ୍‌ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱର ବିମାନବନ୍ଦରରୁ ଷ୍ଟେସନକୁ ‘ମୋ ବସ୍‌’ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *

Back to top button