ସତ୍ୟନଗର ଶ୍ମଶାନରେ ବିଜୟଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ୱର : ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ଆଜି ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛି ତାଙ୍କ ପାର୍ଥିବ ଶରୀର।

ସୋମବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ରାଜଧାନୀର ଏକ ଘରୋଇ ହାପିଟାଲରେ ବିଜୟଙ୍କର ମୃତ୍ୟୁ ହୋଇଥିଲା। ଆଜି ମେଡିକାଲରୁ ତାଙ୍କ ମରଶରୀର ବମିଖାଲସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ଅନେକ ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାରବର୍ଗ ଶେଷ ସମ୍ମାନ ଜଣାଇଥିଲେ। ଶେଷ ଦର୍ଶନ କରିଥିଲେ ଓଲିଉଡର ଅନେକ କଳାକାର। ଏହାପରେ ବିଜୟଙ୍କ ମରଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ ଓଲିଉଡ୍ କଳାକାର ଓ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଶହ ଶହ ପ୍ରଶଂସକ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଗତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ବିଜୟ ମହାନ୍ତିଙ୍କର ପରଲୋକ ହୋଇଥିଲା ।

ମତାମତ ଦିଅନ୍ତୁ ।