ଏସବିଆଇ ଋଣ ପରିଶୋଧ ପାଇଁ ଦୁଇବର୍ଷ ଅତିରିକ୍ତ ସମୟ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଇଏମଆଇ ପରିଶୋଧ ଲାଗି ମିଳିବ ଅତିରିକ୍ତ ଦୁଇବର୍ଷ ସମୟ। କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ସୁବିଧା ପାଇବେ ଉପଭୋକ୍ତା।

ଷ୍ଟେଟ ବ୍ୟାଙ୍କ ଏଥିପାଇଁ ୨୪ ମାସର ମୋରାଟରିୟମ ଅର୍ଥାତ ରୁଣ ପରିଶୋଧର ସମୟ ସୀମାକୁ ଆଉ ଦୁଇବର୍ଷ ବୃଦ୍ଧି କରିଛି। ତେଣୁ ଋଣର ପରିଶୋଧ ଅବଧି ଯାହା ଥିବ ସେଥିରେ ଆଉ ଦୁଇବର୍ଷ ମିଶିବ। ଯଦି ମାର୍ଚ୍ଚ ୧ ପୂର୍ବରୁ ଋଣ ନେଇଥିବେ ଏବଂ ୫ ବର୍ଷ ଭିତରେ ଏହି ଋଣ ସୁଝିବାକୁ ଥିବ ତେବେ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ। କିନ୍ତୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଣ୍ଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ। କରୋନା ପ୍ରଭାବରେ ଅନେକ ଚାକିରି ହରାଇଥିବା ବେଳେ କେତେକ ଦରମା କାଟ୍ ର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟବ୍ୟାଙ୍କ ଋଣର ପରିଶୋଧ କ୍ଷେତ୍ରରେ କୋହଳ ବ୍ୟବସ୍ଥା କରିଛି। ଏହି ସୁବିଧା ସେବା ନେବା ପାଇଁ ଚାକିରି ହରାଇଥିବା କିମ୍ବା ଦରମା କାଟ୍ ହେଉଥିବା ସମ୍ପର୍କରେ ଋଣ କରିଥିବା ବ୍ୟକ୍ତି ବ୍ୟାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଦାଖଲ କରିବାକୁ ପଡିବ।

ମତାମତ ଦିଅନ୍ତୁ ।