Breaking Newsରାଜ୍ୟ

ସେବା ଫାଉଣ୍ଡେସନ ପକ୍ଷରୁ ସ୍ୱୟଂ ଚାଳିତ ସାନିଟାଇଜେସନ ମେସିନ ସ୍ଥାପନ

ଭୁବନେଶ୍ଵର : ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶ୍ରୀମତୀ ପୁଷ୍ପିତା ମହାପାତ୍ରଙ୍କ ସହଯୋଗରେ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ର ଠାରେ ଏକ ସ୍ୱୟଂ ଚାଳିତ ହାତ ସାନିଟାଇଜେସନ ମେସିନ ସ୍ଥାପନ କରାଯାଇଛି। ଶିଶୁ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ପ୍ରଦୀପ ବେହେରାଙ୍କ ସହଯୋଗରେ ୨୪ ଟି ଡିଜିଟାଲ ଥର୍ମୋମିଟର ମଧ୍ୟ ପ୍ରଦାନ କରାଯାଇଛି।

ଏହି ଅବସରରେ କଟକର ସ୍ଵନାମଧନ୍ୟ ସମାଜସେବୀ ଅଭିମନ୍ୟୁ ଦାସଙ୍କ ସମେତ ୨୪ ଜଣଙ୍କୁ ସେବା ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଛି। ସେବା ଫାଉଣ୍ଡେସନର ସମ୍ପାଦକ ସାର୍ଥକ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ଅନୁପାଳନ କରିବା ସହ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ସେବା ଫାଉଣ୍ଡେସନର ସମ୍ପାଦକ କୃତିଦୀପ୍ତ ପରିଡା, ସମ୍ପାଦିକା ଲିପ୍ସା ନାୟକ, ସହ ସମ୍ପାଦକ ତୁଷାର ରଞ୍ଜନ ବେହେରା, ଫାଉଣ୍ଡେସନର ଉପଦେଷ୍ଟା ଆଡ଼ଭୋକେଟ ଗୀତାଞ୍ଜଳି ବେହୁରା ଓ ଶ୍ରୀମତୀ ପୁଷ୍ପିତା ମହାପାତ୍ର ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।

Back to top button