ସେକ୍ସ ଡଲ୍‌ଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରିବେ ବଡିବିଲ୍ଡର୍‌

ନୂଆଦିଲ୍ଲୀ : ୨୦୨୦ ମସିହାରେ ୟୁରି ଟୋଲୋଚକୋ ନାମକ ଜଣେ କାଜାକ୍‌ସ୍ତାନର ବଡିବିଲ୍ଡର ସେକ୍ସ ଡଲ୍‌ ବା କଣ୍ଢେଇକୁ ବିବାହ କରି ଚର୍ଚ୍ଚାରେ ରହିଥିଲେ। ସୋସିଆଲ୍‌ ମିଡିଆରେ ଏହାକୁ ପୋଷ୍ଟ କରିବା ପରେ ଭାଇରାଲ୍ ହୋଇଥିଲା। ଏବେ ସେ କରିବାକୁ ଯାଉଥିବା ଦ୍ଵିତୀୟ ବିବାହ ପୁଣି ଚର୍ଚ୍ଚାକୁ ଆସିଛି।

ଖବର ଅନୁଯାୟୀ ଟୋଲୋଚକୋ ଚଳିତ ମାର୍ଚ୍ଚ ମାସରେ ମାର୍ଗୋ (ସେକ୍ସି କଣ୍ଢେଇ)କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ତାଙ୍କ ବର୍ତ୍ତମାନର ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ନଭେମ୍ୱର ମାସରେ ତାଙ୍କର ବିବାହ ଉତ୍ସବର ଏକ ଛୋଟ ଭିଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ସେୟାର ହେବା ପରେ ଭାଇରାଲ୍‌ ହୋଇଥିଲା।

ଟୋଲୋଚକୋ କହିଛନ୍ତି କରୋନା ଭାଇରସ୍‌ର ସଙ୍କଟ କାରଣରୁ ତାଙ୍କ ବିବାହରେ ବିଳମ୍ୱ ହୋଇଛି। ହେଲେ ସେ ନଭେମ୍ୱର ମାସରେ ତାଙ୍କ ପ୍ରେମିକାଙ୍କୁ ନିଜର ପତ୍ନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button