ସେକ୍ସ ରାକେଟ୍ ଗୁମର ଖୋଲିଲା : ୩୦ ମିନିଟ୍ ପାଇଁ ତିନି ହଜାର ଦେଉଥିଲେ ଗ୍ରାହକ

ଭୁବନେଶ୍ୱର : ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳର ସାଇଶ୍ରୀ ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ଚାଲିଥିବା ସେକ୍ସ ରାକେଟକୁ ପୋଲିସ ଧରିବା ପରେ ଅନେକ କଥା ପଦାକୁ ଆସିଛି। ଫ୍ଲାଟ୍‌ ମାଲିକାଣୀଙ୍କ ଝିଅ ପୁରୀର ଇତିଶ୍ରୀ ମହାପାତ୍ର ହେଉଛନ୍ତି ରାଣୀ ମହୁମାଛି। ୩୦ ମିନିଟ୍ ପାଇଁ ଗ୍ରାହକଙ୍କ ଠାରୁ ନେଉଥିଲେ ୩୦୦୦ ଟଙ୍କା।

ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁଙ୍କ ସୂଚନା ଅନୁସାରେ ଲକ୍ଷ୍ମୀସାଗର କେନାଲ ବନ୍ଧରେ ରହିଛି ସାଇଶ୍ରୀ ଏନ୍‌କ୍ଲେଭ୍‌ ନାମକ ଆପାର୍ଟମେଣ୍ଟ। ଏଥିରେ ୨ ବିଏଚ୍‌କେ ଫ୍ଲାଟ୍‌ ଇତିଶ୍ରୀ ମା’ଙ୍କ ନାଁରେ ରହିଥିଲେ ହେଁ ଇତିଶ୍ରୀ ଚଳାଉଥିଲେ ଦେହ ବେପାର। ପ୍ରଥମେ ୫ଜଣ ରୂପଜୀବୀଙ୍କୁ ଦେହ ବେପାର ଆରମ୍ଭ କରିଥିଲେ। ପରେ ଏହି ସଂଖ୍ୟା ୧୫ରେ ପହଞ୍ଚିଥିଲା। କିନ୍ତୁ ଚତୁରତାର ସହିତ ଇତିଶ୍ରୀ ଫ୍ଲାଟରେ କୌଣସି ରୂପଜୀବୀଙ୍କୁ ରଖୁନଥିଲେ। ପାଖରେ ସେମାନଙ୍କ ପାଇଁ ନିଆଯାଇଥିଲା ଘର ଭଡ଼ା। ଗ୍ରାହକ ଆସିଲେ ଫ୍ଲାଟକୁ ରୂପଜୀବୀଙ୍କୁ ଡକାଯାଉଥିଲା। ସେମାନଙ୍କ ଠାରୁ ୩୦ ମିନିଟ୍‌ ପାଇଁ ଇତିଶ୍ରୀ ନେଉଥିଲେ ୩ ହଜାର ଟଙ୍କା। ରୂପଜୀବୀଙ୍କୁ ଏକ ହଜାର ଟଙ୍କା ଦେଇ ନିଜେ ରଖୁଥିଲେ ଦୁଇ ହଜାର। ଏ ବିଷୟରେ କାହାକୁ ଜଣାନଥିଲା। ଦିନକୁ ଦିନ ଗ୍ରାହକ ବଢ଼ିବାରୁ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ଡିସିପି ଉମାଶଙ୍କର ଦାଶଙ୍କୁ ଜଣାଇଥିଲେ।

ଡିସିପି ଶ୍ରୀ ଦାଶ ସମସ୍ତ ବିଷୟରେ ଅବଗତ ହେବାପରେ ଘଟଣା ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ଆପାର୍ଟମେଣ୍ଟ ଉପରେ ନଜର ରଖିବାକୁ କହିଥିଲେ। ରବିବାର ବିଳମ୍ବିତ ରାତିରେ ପୋଲିସ୍‌ ଅଚାନକ ଚଢ଼ଉ କରି ଅସଞ୍ଜତ ଅବସ୍ଥାରେ ଥିବା ଦୁଇଜଣ ଗ୍ରାହକଙ୍କୁ ଧରିଥିଲା। ସେମାନେ ହେଲେ ମନୋଜ ଓ ସଚିନ୍‌। ଉଭୟେ ସମ୍ପର୍କୀୟ ଭାଇ। ତେବେ ଇତିଶ୍ରୀ ଖସିଯିବାକୁ ପ୍ରୟାସ କରିଥିଲେ ହେଁ ପୋଲିସ ହାତରେ ଧରାପଡିଥିଲେ। ଚଢ଼ଉ ବେଳେ ଫ୍ଲାଟରୁ ମଦ ବୋତଲ ଓ ସିଗାରେଟ ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button