ସେକ୍ସ ସିଡି : ଏତଲା ଫେରାଇ ନେଲେ ଅଭିଯୋଗକାରୀ

0

ବେଙ୍ଗାଲୁୁରୁ : ସେକ୍ସ ସିିଡି ଗଣମାଧ୍ୟମକୁ ଦେଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ଦିନେଶ କାଲାହଲ୍ଲୀ କର୍ଣ୍ଣାଟକର ମନ୍ତ୍ରୀ ରମେଶ ଜାର୍କିହୋଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୨ରେ ସେ କରିଥିବା ଅଭିଯୋଗ ତଦନ୍ତ ଆରମ୍ଭ ପୂର୍ବରୁ ଦିନେଶ ଫେରାଇ ନେଇଛନ୍ତି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀ ଜାର୍କିହୋଲି ନିଜ ପଦରୁ ଇସ୍ତଫା ଦେଇଥିଲେ।

ଦିନେଶଙ୍କ ଓକିଲ କୁମାର ପାଟିଲ କହିଛନ୍ତି ସେ କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନଷ୍ଟେସନ ହାଉସ ଅଫିସରଙ୍କୁ ଭେଟି ଅଭିଯୋଗ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ଏ ସମ୍ପର୍କିତ ଦିନେଶଙ୍କର ଏକ ଚିଠି ଦେଇଛନ୍ତି। ଦିନେଶଙ୍କ ଉଦ୍ଦେଶ୍ୟ ଥିଲା ପୀଡ଼ିତାକୁ ନ୍ୟାୟ ଦେବା। କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରାଯାଉଛି। ଏହା ଯେପରି ଆଗକୁ ନହୁଏ ସେଥିପାଇଁ ସେ ଏତଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାର କିଛି ଦିନ ପୂର୍ବରୁ ଦିନେଶ ଜୀବନ ପ୍ରତି ବିପଦ ଥିବା କହି କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନକୁ ଯିବାକୁ ମନା କରିଦେଇଥିଲେ। ଏବେ ଓକିଲଙ୍କ ମାଧ୍ୟମରେ ଏତଲା ଫେରାଇନେବା ପାଇଁ ନେଇଥିବା ନିଷ୍ପତ୍ତି ପରେ କାହା ଚାପରେ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.