ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନରେ ହେବ। ଉଭୟ ରେଗୁଲାର ଓ ବ୍ୟାକ ପିଲା ଏହି ପରୀକ୍ଷା ଦେବେ। ପରୀକ୍ଷାସୂଚୀ ଖୁବଶୀଘ୍ର ଜାରି କରାଯିବ ବୋଲି ରେଭେନ୍ସାର ପରୀକ୍ଷା ନିୟନ୍ତ୍ରକ ନୋଟିସ ଜାରି କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ କରାଯିବ। ୪ର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନିଜର ବ୍ୟାକ ପେପର ଓ ବାକିଥିବା ପେପର ପରୀକ୍ଷା ଦେଇପାରିବେ। ସେହିପରି ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ସମସ୍ତ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ ଗତକାଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ କୁହାଯାଇଥିଲା ୟୁଜିସି ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ।

ମତାମତ ଦିଅନ୍ତୁ ।