ଷଣ୍ଢ ଓ ଗୋରୁଗାଈଙ୍କ ଶିଙ୍ଗରେ ଲାଲ ଷ୍ଟିକର ଲଗାଗଲା ସେବା ଫାଉଣ୍ଡେସନ

ଭୁବନେଶ୍ଵର: ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁଗାଈମାନେ ଖାଦ୍ୟ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣାର ଶିକାର ହୋଇ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

ଗୋ ବଂଶର ସୁରକ୍ଷା ପାଇଁ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସେବା ଫାଉଣ୍ଡେସନ ପକ୍ଷରୁ ଆଜିଠାରୁ ଆରମ୍ଭ କରାଯାଇଛି ଏକ ଅଭିନବ ପ୍ରୟାସ। ପ୍ରତ୍ୟେକ ଗୁରୁବାର ସହରରେ ବିଭିନ୍ନ ସ୍ଥାନରେ ବୁଲା ଗାଈଗୋରୁ, ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁମାନଙ୍କ ପାଇଁ ଦିବ୍ୟ ଆଧାର ଓ ଗୋ ବଂଶ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ଖାଦ୍ୟ ବଣ୍ଟନ କରାଯିବ ଏବଂ ବୁଲା ଗାଈଗୋରୁମାନଙ୍କ ଶିଙ୍ଗରେ ଲାଲ ଷ୍ଟିକର ମାନ ଲଗାଯିବାର ବ୍ୟବସ୍ଥା କରାଯାଇଛି।

ଆସନ୍ତା ସପ୍ତାହମାନଙ୍କରେ ପର୍ଯ୍ୟାୟ କ୍ରମେ ରାଜଧାନୀ ଭୁବନେଶ୍ଵର ଏହାର ଆଖ ପାଖ ଅଞ୍ଚଳ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ପୁରୀ ଖୋର୍ଦ୍ଧା ଓ କେନ୍ଦ୍ରାପଡାରେ ଏହି କାର୍ଯ୍ୟକ୍ରମ କରାଯିବାର ଯୋଜନା କରାଯାଇଛି ବୋଲି ସେବା ଫାଉଣ୍ଡେସନର ସମ୍ପାଦକ ସାର୍ଥକ କୁମାର ପରିଡା କହିଛନ୍ତି।

ମତାମତ ଦିଅନ୍ତୁ ।