SHARP-QNET ଏୟାର ପ୍ୟୁରିଫାୟର୍ସ ୯୦% କରୋନା ଭୂତାଣୁକୁ ନିଷ୍କ୍ରିୟ କରୁଛି

ବେଙ୍ଗାଲୁରୁ/ଭୁବନେଶ୍ୱର : ଏସିଆର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କମ୍ପାନୀ QNET, SHARP-QNET ଜେନ୍‍ସେସନାଲ ଏୟାରପ୍ୟୁରିଫାୟର ଓ ପ୍ଲାଜ୍‍ମାକ୍ଲଷ୍ଟର ଆୟନ ଉତ୍ପାଦ ପ୍ରସ୍ତୁତ କରୁଛି ଯେଉଁ ଉପକରଣରେ SHARPର ପାଟେଣ୍ଟ କରାଯାଇଥିବା ପ୍ଲାଜ୍‍ମାକ୍ଲଷ୍ଟର ଆୟନ ପ୍ରଯୁକ୍ତି (ପିସିଆଇ) ରହିଛି। ନୋଭେଲ କରୋନା ଭୂତାଣୁ (ସାର୍ସ-ସିଓଭି-୨) ଏହି ପ୍ରଯୁକ୍ତି ସଂସ୍ପର୍ଶରେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆସିଲେ ୯୦% ଭୂତାଣୁକୁ ନିଷ୍ଟ୍ରିୟ କରିବାରେ ଏହା ସହାୟକ ହେଉଛି। ପିସିଆଇ ପ୍ରଯୁକ୍ତିକୁ ଆଇଆଇଟି ଦିଲ୍ଲୀ ସମେତ ୩୦ରୁ ଊର୍ଦ୍ଧ୍ୱ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ପ୍ରମାଣିକୃତ କରିଛନ୍ତି। କରୋନା ଭୂତାଣୁକୁ ପିସିଆଇ ପ୍ରଯୁକ୍ତି ନିଷ୍କ୍ରିୟ କରିବାର ଅଧ୍ୟୟନ ଜାପାନର ନାଗାସାକି ଓ ଶିମେନ୍‍ ୟୁନିଭରସିଟିର ପ୍ରାଧ୍ୟାପକଙ୍କ ଦ୍ୱାରା କରାଯାଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ କରାଯାଇଥିବା ସଦ୍ୟତମ ଅଧ୍ୟୟନ ଓ SHARP ପକ୍ଷରୁ ବିଶ୍ୱରେ ପ୍ରଥମ ଥର ପାଇଁ କରାଯାଉଥିବା ଏଭଳି ଦାବି ସମ୍ପର୍କରେ ମତଦେଇ QNET ଲିମିଟେଡର ଆଞ୍ଚଳିକ ନିର୍ଦ୍ଦେଶକ (ଦକ୍ଷିଣ ଏସିଆ) ରିଷି ଚାଣ୍ଡିଓକ୍‍ କହିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ବିଭିନ୍ନ କମ୍ପାନୀ ଓ ସରକାରମାନେ ଯେତେବେଳେ ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ଉପାୟ ଖୋଜିବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ଏହା ଏକ ସଫଳ ପ୍ରୟାସ ହୋଇପାରିଛି । ବିଶ୍ୱର ପ୍ରଥମ କମ୍ପାନୀ ଭାବରେ SHARP ପାଟେଣ୍ଟ କରାଯାଇଥିବା ପ୍ଲାଜ୍‍ମାକ୍ଲଷ୍ଟର ଆୟନ ପ୍ରଯୁକ୍ତି ବ୍ୟବହାର କରୁଥିବାରୁ QNET, SHARPକୁ ଅଭିନନ୍ଦନ ଜଣାଉଛି। ଏହି ପ୍ରଯୁକ୍ତି ୯୦% କରୋନା ଭୂତାଣୁ ନିଷ୍କ୍ରିୟ କରିବାର ଗ୍ୟାରେଣ୍ଟି ପ୍ରଦାନ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି SHARP ସହିତ ଆମର ଦୀର୍ଘ ପାଞ୍ଚବର୍ଷର ସମ୍ପର୍କକୁ ଏହି ସଫଳ ଅଧ୍ୟୟନ ଦୃଢିଭୂତ କରିବ ଓ QNET INDIA ବର୍ଗରେ ସର୍ବାଧୁନିକ ପ୍ରଯୁକ୍ତି ସହିତ ଆସୁଥିବା ଉତ୍ପାଦଗୁଡିକ ଜରିଆରେ ଗ୍ରାହକଙ୍କୁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଦିଗରେ ସଶକ୍ତ କରିବାରେ ସହାୟକ ହେବ।

SHARP-QNET ଜେନ୍‌ସେସ୍‍ନାଲ ଏୟାର ପ୍ୟୁରିଫାୟରରେ SHARPର ପାଟେଣ୍ଟ କରାଯାଇଥିବା ପ୍ଲାଜ୍‍ମାକ୍ଲଷ୍ଟର ଆୟନ ପ୍ରଯୁକ୍ତି, ଏକ ସମନ୍ୱିତ ହ୍ୟୁମିଡିଫାୟର, ୭ଟି ଇଣ୍ଟେଲିଜେଣ୍ଟ ଡିଟେକ୍ସନ୍ ମୋଡ ରହିଛି, ଯାହା ଏହି ଶ୍ରେଣୀରେ ପ୍ରଥମ । ମିଳିତ ଭାବେ ବ୍ରାଣ୍ଡିଂ କରାଯାଇଥିବା ଏୟାର ପ୍ୟୁରିଫାୟର QNET ଓ SHARP ମଧ୍ୟରେ ଦ୍ୱିତୀୟ ଉତ୍ପାଦ ଭାଗିଦାରୀ। ଏହାର ଉତ୍ପାଦ ମଡେଲସମୂହ SHARP-QNET ପ୍ଲାଜ୍‍ମାକ୍ଲଷ୍ଟର ଆୟନ ପ୍ୟୁରିଫାୟର ଓ ଜେନ୍‍ସେସନାଲ ଏୟାର ପ୍ୟୁରିଫାୟର ଭାରତରେ ଚଳିତ ସମୟରେ QNETର ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ ହୋଇଛି। ଜେନସେସ୍‍ନାଲ ଏୟାରପ୍ୟୁରିଫାୟରରେ ଇଣ୍ଟେଲିଜେଣ୍ଟ ସେନ୍‍ସର ବ୍ୟବସ୍ଥା ରହିଛି ଯାହା କୋଠରୀ ମଧ୍ୟରେ ଧୂଳି, ଦୁର୍ଗନ୍ଧ, କୁହୁଡି, ତାପମାତ୍ରା ଏବଂ ଆର୍ଦ୍ରତା ପରିସ୍ଥିତିକୁ ନିରୀକ୍ଷଣ କରିବା ସହିତ ସେ ସମ୍ପର୍କରେ ସୂଚନା ଦେଇଥାଏ । ଆବଶ୍ୟକତାକୁ ଭିତ୍ତିକରି ସେନ୍‍ସର ଆପେ ଆପେ ନିଜର କାର୍ଯ୍ୟକାରିତାକୁ ଆଡଜଷ୍ଟ କରିଥାଏ ଓ ତଦ୍ଵାରା ଶକ୍ତି ସଂଚୟ ହୋଇଥାଏ। QNET ର ଆବଣ୍ଟନ ବ୍ୟବସ୍ଥାରେ ୫ଲକ୍ଷରୁ ଅଧିକ ବିତରକ ସମଗ୍ର ଦେଶରେ ପରିବ୍ୟାପ୍ତ ହୋଇ ରହିଛନ୍ତି।

ସଂକ୍ରାମକ ରୋଗ ଓ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତିକସ୍ତରର ସମ୍ମାନଜନକ ପ୍ରତିଷ୍ଠାନ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଦି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‍ସନ ଅଫ ଇନ୍‍ଫେକ୍ସିୟସ ଡିଜିଜେସ / ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଡିସିନ, ନାଗାସାକି ୟୁନିଭରସିଟି, ଜାପାନିଜ ସୋସାଇଟି ଫର୍ ଭାଇରୋଲୋଜି, ଡିପାର୍ଟମେଣ୍ଟ ଅଫ୍ ମାଇକ୍ରୋବାୟୋଲୋଜି ଏବଂ ଶିମେନ୍‍ ୟୁନିଭରସିଟି ଆଦିର ମିଳିତ ସହଯୋଗରେ ଏହି ବିରଳ ସଫଳତା ହାସଲ କରାଯାଇଥିଲା।

ମତାମତ ଦିଅନ୍ତୁ ।