ଶିବସେନା ବିଧାୟକଙ୍କ ଘରେ ଇଡି ରେଡ୍‌

ମୁମ୍ବାଇ : ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍‌ କରିଛି। ମନିଲଣ୍ଡରିଂ କେସ୍‌ରେ ପ୍ରତାପଙ୍କର ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କ ଏକାଧିକ ଠିକଣାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ତେବେ ଇଡି ପକ୍ଷରୁ କିମ୍ବା କୌଣସି ସୂଚନା ଦିଅଆଯାଇ ନାହିଁ।

ଖବର ଅନୁଯାୟୀ ପ୍ରତାପ ଓଭାଲା-ମାଜିୱାଦା ନିର୍ବାଚନମଣ୍ଡଳୀର ବିଧାୟକ। ସେ ନିକଟରେ ବଲିଉଡ ଅଭିନେତା କଙ୍ଗନା ରାଣାୱତଙ୍କୁ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଥିଲେ। କଙ୍ଗନା ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରିଥିବାରୁ ପ୍ରତାପ ଏହି ଦାବିକରି ଚର୍ଚ୍ଚାକୁ ଆସିଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ରେଡ୍‌ ଜାରି ରହିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।