ସିଡ୍‍ବି ୩୨ତମ ପ୍ରତିଷ୍ଠା ଦିବସକୁ ‘ସ୍ୱାବଲମ୍ବନ ପ୍ରେରଣା ଦିବସ’ ଭାବେ ପାଳିଲା

ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗସମୂହ (ଏମଏସ୍‍ଏମଇ)ର ପ୍ରୋତ୍ସାହନ, ପୁଞ୍ଜିଲଗାଣ ଏବଂ ବିକାଶ କ୍ଷେତ୍ରରେ ନିୟୋଜିତ ପ୍ରମୁଖ ଆର୍ଥିକ ସଂସ୍ଥା ଭାରତର କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ସିଡ୍‍ବ) ଚଳିତ ଏପ୍ରିଲ ୨ତାରିଖ ପ୍ରତିଷ୍ଠା ଦିବସକୁ ‘ସ୍ୱାବଲମ୍ବନ ପ୍ରେରଣା ଦିବସ’ ଭାବେ ପାଳନ କରିଛି।

ସିଡ୍‍ବି ଏହି ଦିବସକୁ ଗତ କିଛିବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସହିତ ପାଳନ କରୁଛି। ଚଳିତ ବର୍ଷ ବ୍ୟାଙ୍କର ସମସ୍ତ ଶାଖା/ଆବାସିକ ପ୍ରତିନିଧିଙ୍କ କାର୍ଯ୍ୟାଳୟରେ ଏହି ଉପଲକ୍ଷେ ୬୦ ମିନିଟି ଅବଧିର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବକ୍ତାମାନେ ସେମାନଙ୍କ ଅଭିବୃଦ୍ଧି/ଜୀବନର ଉତ୍‍ଥାନ ପତନ ସମେତ ସେମାନେ ସେମାନଙ୍କର ନିଜସ୍ୱ ବ୍ୟବସାୟ/ଉଦ୍ୟୋଗ ଆଦି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ୱାନ/ସମସ୍ୟା ଦୂର କରିବାକୁ ଅବଲମ୍ବନ କରିଥିବା କୌଶଳ ସଫଳ ହୋଇଥିଲା ଏବଂ କେତେକ କ୍ଷେତ୍ରରେ ଅସଫଳ ହୋଇଥିଲା ସେ ସମ୍ପର୍କରେ ଅଂଶଗ୍ରହଣକାରୀ/ଅଂଶୀଦାରଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟପଥରେ ଆଗେଇ ଯିବାକୁ ପ୍ରେରଣା ଯୋଗାଇଥିଲେ।

ଏହି ଅବସରରେ ସିଡ୍‍ବିର ଉପ ପରିଚାଳନା ନିର୍ଦ୍ଦେଶକ ଭି ସତ୍ୟା ଭେଙ୍କଟ ରାଓ କହିଥିଲେ “କୋଭିଡ-୧୯ ସମୟରେ ବହୁବିଧ ଚାଲେଞ୍ଜ୍‍ର ସମ୍ମୁଖୀନ ହୋଇ ଅଧିକ ମଜଭୁତ ଭାବରେ ଛିଡା ହୋଇଥିବା ଏମଏସଏମ୍‍ଇଗୁଡିକୁ ଆମେ ପ୍ରଣାମ କରୁଛୁ। ଆମେ ଆଉ ଏକ ବର୍ଷରେ ପାଦ ଦେଉଥିବା ଅବସରରେ ଏମଏସଏମଇ ପରିବ୍ୟବସ୍ଥାକୁ ଋଣ ଯୋଗାଣ ଏବଂ ବିକାଶ ସହିତ ସେମାନଙ୍କୁ ଆର୍ଥିକ ଓ ଅଣ ଆର୍ଥିକ କ୍ଷେତ୍ରରେ ନିୟୋଜିତ ରଖିବା ଜରିଆରେ ଆମର ସେବା କରିବାର ପ୍ରତିବଦ୍ଧତାକୁ ଜାରି ରଖିବୁ। ଔଦ୍ୟୋଗିକତା କ୍ଷେତ୍ରରେ ଯୋଗଦେବାକୁ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ବ୍ୟତୀତ ଉଦ୍ୟୋଗ ପରିବ୍ୟବସ୍ଥା ପାଇଁ ଆମେ ସମାଧାନ ଆଣିବା ଉଦ୍ୟମ ଅବ୍ୟାହତ ରଖିବୁ।
ପ୍ରତିଷ୍ଠା ଦିବସରେ ସିଡ୍‍ବି ପକ୍ଷରୁ ଏକ ଇ-ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

ସଂପ୍ରତି ଦେଶର ୭ଟି ରାଜ୍ୟର ୨୪ଟି ଜିଲାରେ ୧୭୦୦ ସ୍ୱାବଲମ୍ବନ ସିଲେଇ ସ୍କୁଲ ସ୍ଥାପିତ ହୋଇସାରିଛି। ପ୍ରାୟ ସମସ୍ତ ୧୭୦୦ ସ୍ୱାବଲମ୍ବୀ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ଦୃଢ ଇଛାଶକ୍ତି ବଳରେ ସମସ୍ତ ଚାଲେଞ୍ଜର ଊର୍ଦ୍ଧ୍ୱକୁ ଉଠିପାରିଛନ୍ତି। ସେମାନେ ସମାଜ/ପରିବାରର ନାନା ପ୍ରତିବନ୍ଧକକୁ ଅତିକ୍ରମ କରିଛନ୍ତି। ଆତ୍ମବିଶ୍ୱାସକୁ ନେଇ ରହିଥିବା ଅବିଶ୍ୱାସ ଭାବର ରଜ୍ଜୁ ଉପରେ ଆଗକୁ ବଢିଛନ୍ତି ଓ ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button