ସିକ୍କିମରେ ବଡ଼ଧରଣର ଭୂକମ୍ପ

ଗାଙ୍ଗଟକ : ସିକ୍କିମର ରାଜଧାନୀ ଗାଙ୍ଗଟକରେ ବଡ଼ଧରଣର ଭୂକମ୍ପ ଝଟକା। ଏହାର ପ୍ରଭାବ ବେଙ୍ଗଲ ଓ ଆସାମରେ ଅନୁଭୂତ ହୋଇଛି। ରାତି ୮.୪୯ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୪ ଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଗାଙ୍ଗଟକର ପୂର୍ବ-ଦକ୍ଷିଣ ପୂର୍ବଠାରୁ ୨୫ କିମି ଦୂର ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିବା କୁହାଯାଇଛି।

ଖବର ଅନୁଯାୟୀ ଭୂକମ୍ପର କେନ୍ଦ୍ର ସ୍ଥଳ ଗାଙ୍ଗଟକରେ ଥିଲେ ମଧ୍ୟ ଏହାର ଝଟକା ଆସାମ, ଉତ୍ତର ବେଙ୍ଗଲ ଓ ବିହାରେ ଅନୁଭୂତ ହୋଇଛି। ନେପାଳ ଓ ଭୂଟାନର କିଛି ସ୍ଥାନରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। କିନ୍ତୁ ଝଟକା ପରେ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button