ସିଲ୍ ହେଲା ଗଜପତି ଜିଲ୍ଲା ସୀମା

ଗଜପତି : ପଡୋଶୀ ରାଜ୍ୟର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସୀମା ସିଲ୍ କରିଛି।

ବିଶେଷକରି ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଓ ଛତିଶଗଡ଼ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି। ସେଠାରୁ ଆସୁଥିବା ଲୋକଙ୍କୁ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦ୍ଵିତୀୟ ପର୍ଯ୍ୟାୟ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସେମାନକୁ ୭ ଦିନିଆ ଆଇସୋଲେସନରେ ରଖାଯିବ। ଏହାଛଡା ମାସ୍କ ଓ ସାମାଜିକ ଦୂରତା ନିୟମକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button