ସୀମାରେ ଚୀନ୍ ସେନାର ଗୁଳିମାଡ଼, ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ବା ଏଲ୍ଏସିରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଚୀନ୍ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ କରାଯାଇଥିବା ବେଳେ ଦକ୍ଷିଣ ପାଙ୍ଗଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ତେବେ ଭାରତୀୟ ସେନା ଅନୁପ୍ରବେଶକୁ ରୋକିବା ସହିତ ଚୀନ୍ ସେନାକୁ କଡ଼ା ଜବାବ ଦେଇଛନ୍ତି।

ସୂତ୍ର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଚୀନ ସେନା ପ୍ରଥମେ ଭାରତୀୟ ପୋଷ୍ଟ୍‌ରେ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ତାହାର ଜବାବ ପାଲଟା ଗୁଳିରେ ଦେଇଥିଲେ। ଏହି ସାମୟିକ ଗୁଳିି ବିନିମୟକୁ ଉଚିତ ସମୟରେ ନିୟନ୍ତ୍ରଣକୁ ଅଣାଯାଇଛି। ଚୀନ ଭାରତକୁ ବଦନାମ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଭାରତ ପକ୍ଷରୁ ଏଲ୍ଏସି ନିକଟରେ ଏହି ବ୍ଲାଙ୍କ୍ ଫାୟରିଂ କରାଯାଇଥିବା ଅଭିଯୋଗ ଆଣିଛି। ସେପ୍ଟେମ୍ବର ୧୦ରେ ଭାରତ-ଚୀନ୍ ମଧ୍ୟରେ ବିଦେଶ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏଲ୍ଏସିରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଏଲ୍ଏସିରେ ଚୀନ୍ ସେନାର ଅନୁପ୍ରବେଶ ନେଇ ଗତ ୩ ମାସ ହେବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଏହାର ସମାଧାନ ପାଇଁ ଅନେକ ଥର ବୈଠକ ବସିଥିଲେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନାହିଁ। ଚୀନ ବାରମ୍ବାର ନିୟମ ଉଲଂଘନ କରୁଛି।

ମତାମତ ଦିଅନ୍ତୁ ।