ସୀମାରେ ଉଡ଼ନ୍ତା ହସ୍ପିଟାଲ ମୁତୟନ କଲା ଚୀନ

ନୂଆଦିଲ୍ଲୀ : ଗଲୱାନ ସଂଘର୍ଷରେ ଭାରତୀୟ ଯବାନମାନେ ଚୀନକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ଏଥିରେ ଶତାଧିକ ସୈନ୍ୟ ମୃତାହତ ହୋଇଥିଲେ ମଧ୍ୟ ଚୀନ ଏ ସମ୍ପର୍କରେ ସ୍ପଷ୍ଟ କରିନାହିଁ। କିନ୍ତୁ ଭାରତୀୟ ସେନାର ପରାକ୍ରମ ଦେଖି ଚୀନ ଭୟଭୀତ ହୋଇପଡ଼ିଛି। ଏଥିପାଇଁ ଚୀନ ନିଜ ସେନାର ସୁରକ୍ଷା ପାଇଁ ତିବ୍ବତରେ ମୁତୟନ କରିଛି ‘ଉଡ଼ନ୍ତା ହସ୍ପିଟାଲ’। ଏହା ମାଧ୍ୟମରେ ଆହତ ଯବାନମାନଙ୍କୁ ସୀମା ଠାରୁ ଦୂରରେ ଥିବା ହସ୍ପିଟାଲକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇପାରିବ। ଏପରି ପଦକ୍ଷେପ ନେବାର କାରଣ ଯଦି ଭାରତ ସହ କୌଣସି ସଂଘର୍ଷ ଘଟେ ନିଜ ଯବାନଙ୍କୁ ମେଡିକାଲ ସହାୟତର ଆବଶ୍ୟକ ପଡ଼ିବ। ସେଥିପାଇଁ ଚୀନ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଖବର ହେଲା ଚୀନ ଅକ୍ତିଆରରେ ଥିବା ତିବ୍ବତରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଲ ନଥିବାରୁ ଚୀନ Y-9 ମେଡିକାଲ ବିମାନ ମୁତୟନ କରିଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ ସମରାଭ୍ୟାସ ବେଳେ ଚାଇନାର ଜଣେ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ପ୍ରାୟ ୫୨୦୦ କିମି ଦୂରରେ ଥିବା ଶିଜିଙ୍ଗ ସ୍ଥିତ ହସ୍ପିଟାଲକୁ Y-9 ମେଡିକାଲ ବିମାନରେ ନିଆଯାଇଥିଲା। ଏହି ଉଡ଼ାନ୍ତ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ ଭାରତୀୟ ସୀମାକୁ ଲାଗିଥିବା ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକୁ ଚୀନ ଏବେ ଆଧୁନିକ ଶୈଳୀରେ ନିର୍ମାଣ କରୁଛି। ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଏଥିରେ ରହିଛି ଅନ୍ୟାନ୍ୟ ସୁବିଧା। ଯବାନଙ୍କ ତୁରନ୍ତ ଚିକିତ୍ସା ପାଇଁ ଚୀନ ଏପରି କରୁଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।