ଶିମିଳିପାଳରେ ଆଜି ବର୍ଷା : ବିଭିନ୍ନ ସ୍ଥାନରେ ନିଆଁ ଲିଭିଲା

0

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାଯୋଗୁ ଜଳୁଥିବା ନିଆଁ ଲିଭି ଯାଇଛି।

ଖବର ଅନୁଯାୟୀ ଗୁରୁବାର ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ ଓ ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ଗତକାଲି କରଞ୍ଚିଆ ରେଞ୍ଜରେ ବର୍ଷା ହୋଇଥିବା ବେଳେ ଆଜି ଶିମିଳିପାଳ ଉତ୍ତର ଜୋନରେ ବର୍ଷା ହୋଇଛି। ପ୍ରକୃତି ବର୍ଷା ରୂପରେ ଜୀବଜନ୍ତୁଙ୍କ ଡାକ ଶୁଣି ନିଆଁ ଦାଉରୁ ସେମାନଙ୍କୁ ରକ୍ଷା କରିଛି।

ସୂଚନାଯୋଗ୍ୟ ଗତ ଦୁଇ ସପ୍ତାହ ଧରି ଶିମିଳିପାଳ ଜଳୁଥିଲା। ପ୍ରଶାସନର ସମସ୍ତ ଚେଷ୍ଟା ନିଆଁ ଲିଭାଇବାରେ ପର୍ଯ୍ୟାପ୍ତ ହୋଇନଥିଲା। ଏହାକୁ ନେଇ ରାଜ୍ୟଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଅଭୟାରଣ୍ୟରେ ଲାଗିଥିବା ନିଆଁର ସମୀକ୍ଷା ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଶିମିଳିପାଳ ଯାଇ ସେମାନେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣା ପଡିଛି।

Leave A Reply

Your email address will not be published.