ସ୍କୁଲରେ ହେବ ପନିପରିବା ଚାଷ

ଭୁବନେଶ୍ୱର : ରାଜ୍ୟର ସ୍କୁଲ ଗୁଡିକରେ ଆରମ୍ଭ ହେବ ପନିପରିବା ଚାଷ। ରାଜ୍ୟ ସରକାର ଏଥିପାଇଁ କିଚେନ ଗାର୍ଡେନ ଯୋଜନା କରିବାକୁ ଯାଉଛନ୍ତି। ଭୋଜନ ଯୋଜନା ଅଧିନରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାର କାର୍ଯ୍ୟକାରି ପାଇଁ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ସ୍କୁଲ ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଯୋଗାଇବା। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ। ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ କୃଷି ସମ୍ପର୍କିତ ଜ୍ଞାନ ଦେବା ପାଇଁ ଏହା କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହା ଫଳପ୍ରଦ ହୋଇଛି।

ମତାମତ ଦିଅନ୍ତୁ ।