ଶୋଇବା ବିଛଣାରୁ ନାଗ ସାପ ଉଦ୍ଧାର

କଟକ : ଶୋଇବା ଘର ବିଛଣା ଉପରେ ନାଗ ସାପ। ଏପରି ଘଟଣା କଟକ ଜିଲ୍ଲା ବାଙ୍କି ହରିରାଜପୁର ଗାଁ’ରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ହରିରାଜପୁର ଗାଁ’ର ଶରତ ପଣ୍ଡା ଖାଇ ସାରି ଶୋଇବାକୁ ଯିବା ସମୟରେ ଘର ଭିତରେ ଏକ ବିରାଟ ବଡ଼ ସାପ ଦେଖିବାକୁ ପାଇଥିଲେ। ଭୟରେ ସେଠାରୁ ପଳାଇ ଆସି ପରିବାରଲୋକଙ୍କୁ ଜଣାଇବା ସହିତ ସ୍ନେକ୍‌ ହେଲପ୍‌ ଲାଇନକୁ ଫୋନ କରି ଜଣାଇଥିଲେ। ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଶରତ ପଣ୍ଡାଙ୍କ ଘରେ ପହଞ୍ଚି ଶୋଇବା ଘର ବିଛଣା ଉପରୁ ପ୍ରାୟ ୫ଫୁଟ ଲମ୍ବର ସାପକୁ ଉଦ୍ଧାର କରିଥିଲେ। ନାଗସାପଟିକୁ ବାଙ୍କୀ ଠାରୁ ଦୂରରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ମତାମତ ଦିଅନ୍ତୁ ।