ଶୋଇବା ସମୟରେ ଏସବୁ ପାଖରେ ରଖନ୍ତୁ ନାହିଁ

ଭୁବନେଶ୍ୱର : ରାତିରେ ଶୋଇବା ବେଳେ କିଛି ବସ୍ତୁକୁ ନିଜଠାରୁ ଦୂରେଇ ରଖନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏଗୁଡ଼ିକ ନିଦ୍ରାକୁ ପ୍ରଭାବିତ କରନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା ।

• ଶୋଇବା ବେଳେ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖନ୍ତୁ ନାହିଁ।
• ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗେ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ।
• ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ଅନୁଚିତ୍‌। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୁଏ।
• ଶୋଇବା ସମୟରେ ପାଖରେ ଚାବି ରଖିବା ଉଚିତ ନୁହେଁ।
• ମୋବାଇଲ୍‌, ଲାପ୍‌ଟପ୍‌ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ।
• ପାଖରେ ତେଲ ବୋତଲ ରଖି ଶୋଇବା ମନା। ବିଭିନ୍ନ ପ୍ରକାରର କଷ୍ଟ ସାମ୍ନା କରିବାକୁ ପଡ଼ିପାରେ।
• ଶୋଇବା ସମୟରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢ଼ିବା ସହିତ ଦାମ୍ପତ୍ୟ କଳହ ସୃଷ୍ଟି ହୁଏ।

ମତାମତ ଦିଅନ୍ତୁ ।