ଶୋଇବାବେଳେ ଭୁଲ୍ ଦିଗ ପ୍ରତି ଧ୍ୟାନ ରଖନ୍ତୁ

ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଓ ଗୋଡ଼ ରହିବା ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ଜରୁରୀ। ନଚେତ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ। ଯେକୌଣସି ଦିଗକୁ ଗୋଡ଼ ଓ ମୁଣ୍ଡ କରି ଶୋଇଲେ ମାନସିକ ଦୁଶ୍ଚିନ୍ତା ସହିତ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା ..।
୧-ବାସ୍ତୁ ଅନୁସାରେ ଉତ୍ତର କିମ୍ବା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ନକରାତ୍ମକ ପ୍ରଭାବରେ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ। ସେଥିପାଇଁ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ପଟେ ମୁଣ୍ଡ କରି ଶୋଇବା ଉଚିତ୍।
୨-ଅବିବାହିତ ଯୁବତୀ ଶୋଇବା ପାଇଁ ଉତ୍ତର-ପଶ୍ଚିମ ଦିଗ ବାଛିବା ଉଚିତ୍। ସେମାନେ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଠିକ ନୁହେଁ। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଠିକ୍।
୩-ଘରର ବାୟବ୍ୟ କୋଣରେ ବିବାହିତା ମହିଳା ଶୋଇବା ମନା। ଏହି ଦିଗରେ ଶୋଇଲେ ସେମାନେ ଅଲଗା ଘର କରିବାର ସ୍ବପ୍ନ ଦେଖିଥାନ୍ତି।
୪-ବାସ୍ତୁ ଅନୁସାରେ ଅବିବାହିତା କନ୍ୟା ଉତ୍ତର-ପଶ୍ଚିମ ଦିଗରେ ଶୋଇଲେ ବିବାହ ଯୋଗ ମଜବୁତ ହୋଇଥାଏ।
୫-ସକାଳ-ସନ୍ଧ୍ୟାରେ କର୍ପୂର ଜଳାଇ ଘରର ସବୁ ରୁମରେ ଦେଖାଇଲେ ନକରାତ୍ମକତା ଦୂର ହୋଇଥାଏ। ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ ସନ୍ଧ୍ୟାରେ କର୍ପୂର ଜଳାଇବା ଦ୍ଵାରା ଧନ ବୃଦ୍ଧି ହୁଏ।
୬-ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ ଫୁଲ ଓ ଗଛ ରଖନ୍ତୁ ନାହିଁ। ଏପରି କଲେ ଦାରିଦ୍ର୍ୟ ଆସିଥାଏ।
୭-ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଅଗଣାରେ ହଳଦୀରେ ସ୍ଵସ୍ତିକ କରିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ।