ନାଗା ସାଧୁଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟକର କଥା

କୁମ୍ଭ ମେଳାର ସବୁଠାରୁ ଅଧିକ ଆକର୍ଷଣ କେନ୍ଦ୍ର ନାଗା ସାଧୁମାନେ ରହିଥାନ୍ତି। ନାଗା ସାଧୁଙ୍କ ଜୀବନରେ ସମସ୍ତ ସାଧୁଙ୍କ ତୁଳନାରେ ସବୁଠାରୁ ଅଧିକ କଠିନ ହୋଇଥାଏ। ଏହାର ସମ୍ପର୍କ ଶବ ପରମ୍ପରାର ସ୍ଥାପନାରୁ ମନାଯାଇଥାଏ। ଆସନ୍ତୁ ଜାଣିବା, କିଭଳି ହୋଇଥାନ୍ତି ନାଗା ସାଧୁ ଓ ତାଙ୍କର ଜୀବନଶୈଳୀ। କୁମ୍ଭ ମେଳାରେ ସାମିଲ ହେଉଥିବା ୧୩ଟି ଆଖଡା ଭିତରୁ ସବୁଠାରୁ ଅଧିକ ନାଗା ସାଧୁ ଜୁନା ଆଖଡାରୁ ହୋଇଥାନ୍ତି। ନାଗା ସାଧୁ ହେବା ପୂର୍ବରୁ ତାଙ୍କୁ ବହୁ ପରୀକ୍ଷାର ସାମନା କରିବାକୁ ପଡିଥାଏ। ତାଙ୍କର ଓ ତାଙ୍କ ପରିବାରର ଯାଞ୍ଚ କରାଯାଇଥାଏ। ତାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ନିଜ ଗୁରୁଙ୍କର ସେବା କରିବା ସହିତ ନିଜର ସବୁ ଇଚ୍ଛାକୁ ମଧ୍ୟ ତ୍ୟାଗ କରିବାକୁ ପଡିଥାଏ।
ଇତିହାସ ପୃଷ୍ଠାରେ ନାଗା ସାଧୁଙ୍କ ଅସ୍ତିତ୍ବ ସବୁଠାରୁ ପୁରୁଣା। ନାଗା ସାଧୁ ହେବା ପାଇଁ ମହାକୁମ୍ଭ ସମୟରେ ପକ୍ରିୟା ଆରମ୍ଭ କରାଯାଇଥାଏ। ଏଥିପାଇଁ ତାଙ୍କୁ ବହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପଡିଥାଏ। ଏଥିରେ ୬ ମାସରୁ ନେଇ ୧୨ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। ବହ୍ମଚର୍ଯ୍ୟ ପରୀକ୍ଷା ପାସ୍ କରିବା ପରେ ବ୍ୟକ୍ତିକୁ ମହାପୁରୁଷ ପାହ୍ୟା ଦିଆଯାଇଥାଏ। ଏଥିପାଇଁ ୫ ଗୁରୁ ଭଗବାନ ଶିବ, ବିଷ୍ଣୁ, ଶକ୍ତି, ସୂର୍ଯ୍ୟ ଓ ଗଣେଶଙ୍କୁ ନିର୍ଦ୍ଧାରିତ କରିବାକୁ ପଡିଥାଏ। ଏହାପରେ ନାଗା ସାଧୁଙ୍କ କେଶ କଟାଯାଇଥାଏ। କୁମ୍ଭ ସମୟରେ ସେମାନଙ୍କୁ ଗଙ୍ଗା ନଦୀରେ ୧୦୮ ଥର ବୁଡ ଲଗାଇବାକୁ ପଡିଥାଏ।
ମହାପୁରୁଷଙ୍କ ପରେ ନାଗାଙ୍କ ଅବଧୁତ ହେବାର ପକ୍ରିୟା ଆରମ୍ଭ ହୋଇଯାଇଥାଏ। ତାଙ୍କୁ ନିଜର ଶ୍ରାଦ୍ଧ କରି ନିଜର ପିଣ୍ଡଦାନ କରିବାକୁ ପଡିଥାଏ। ଏହି ସମୟରେ ସାଧୁ ହେଉଥିବା ଲୋକଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବିନା କପଡାରେ ଆଖଡାର ପତାକା ତଳେ ଠିଆ ହେବାକୁ ପଡିଥାଏ। ପରୀକ୍ଷାରେ ସଫଳ ହେବାପରେ ତାଙ୍କୁ ନାଗା ସାଧୁ କରାଯାଇଥାଏ। କୁମ୍ଭର ଆୟୋଜନ ହରିଦ୍ବାରରେ ଗଙ୍ଗା, ଉଜୈନରେ ଶିପ୍ରା, ନାସିକର ଗୋଦାବରୀ ଓ ଆହ୍ଲାବାଦରେ ଯେଉଁଠି ଗଙ୍ଗା, ଯମୁନା ଓ ସରସ୍ବତୀଭ୍କ ମିଳନ ହୋଇଥାଏ, ଏହି ୪ଟି ପବିତ୍ର ସ୍ଥାନରେ ହୋଇଥାଏ। ତେଣୁ ନାଗା ସାଧୁ ହେବାର ପକ୍ରିୟା ମଧ୍ୟ ଏହି ୪ଟି ସ୍ଥାନରେ ରହିଥାଏ। ମାନ୍ୟତା ଅନୁସାରେ, ଏହି ୪ଟି ସ୍ଥାନରେ ଅମୃତ ବୁନ୍ଦା ପଡିଥାଏ। ସେବେଠାରୁ ଆଜି ପର୍ଯ୍ୟନ୍ତ କୁମ୍ଭର ଆୟୋଜନ ଏହି ୪ଟି ସ୍ଥାନରେ କରାଯାଇଥାଏ।
ଅଲଗା ଅଲଗା ସ୍ଥାନରେ ନାଗା ସାଧୁଙ୍କର ଦୀକ୍ଷା ନେଉଥିବା ସାଧୁଙ୍କ ଦୀକ୍ଷା ନେଉଥିବା ସାଧୁଙ୍କୁ ଅଲଗା ଅଲଗା ନାମରେ ଜଣାଯାଇଥାଏ। ଆହ୍ଲାବାଦ, ପ୍ରୟାଗରାଜରେ ଦୀକ୍ଷା ନେଉଥିଲେ ‘ନାଗା’ କୁହନ୍ତି। ହରିଦ୍ବାରରେ ଦୀକ୍ଷା ନେଉଥିବା ଲୋକଙ୍କୁ ‘ବର୍ଫାନୀ ନାଗା’ କୁହାଯାଏ। ଉଜୈନର ଦୀକ୍ଷା ନେଉଥିଲେ ‘ଖୁନୀ ନାଗା’ ଓ ନାସିକରେ ଦୀକ୍ଷା ନେଉଥିଲେ ‘ଖିଚାଡିୟା ନାଗା’ କୁହାଯାଏ।
ନାଗା ସାଧୁ ହେବାପରେ ଏହି ସମସ୍ତେ ନିଜ ଶରୀରେ କୌଣସି ମୃତ ବ୍ୟକ୍ତିଙ୍କର ପାଉଁଶକୁ ଶୁଦ୍ଧ କରି ଲଗାଇଥାନ୍ତି। ଯଦି ମୃତ ବ୍ୟକ୍ତିଙ୍କର ପାଉଁଶ ନଥାଏ ତେବେ ହୋମରୁ ବାହାରିଥିବା ପାଉଁଶକୁ ଲଗାଇଥାନ୍ତି। ନାଗା ସାଧୁମାନେ ବେକ ଓ ହାତରେ ରୁଦ୍ରାକ୍ଷ ଓ ଫୁଲର ମାଳା ଲଗାଇଥାନ୍ତି। କେବଳ ମାଟି ଉପରେ ତାଙ୍କୁ ଶୋଇବାର ଅନୁମତି ରହିଛି। ଶୋଇବାକୁ କେବେ ଗଦିର ବ୍ୟବହାର କରନ୍ତି ନାହିଁ। ନାଗା ସାଧୁ ହେବାପରେ ତାଙ୍କୁ ପ୍ରତି ନିୟମର ପାଳନ କରିବାକୁ ପଡିଥାଏ।
ନାଗା ସାଧୁଙ୍କ ଜୀବନ ଖୁବ୍ ରହସ୍ୟମୟ ରହିଥାଏ। କୁମ୍ଭ ପରେ କୁଆଡେ ଗାଏବ ହୋଇଯାଇଥାନ୍ତି ତାହା କେହି ଜାଣନ୍ତି ନାହିଁ। କୁହାଯାଏ ଯେ, ନାଗା ସାଧୁମାନେ ଜଙ୍ଗଲ ରାସ୍ତାରେ ବିଳମ୍ବିତ ରାତିରେ ଯାତ୍ରା କରିଥାନ୍ତି। ତେଣୁ କାହାର ନଜରରେ ଆସନଥାନ୍ତି। ନାଗା ସାଧୁମାନେ ନିଜର ସ୍ଥାନ ବଦଳାଇଥାନ୍ତି। ଏହି କାରଣରୁ ତାଙ୍କର ସଠିକ ସ୍ଥିତି ବିଷୟରେ ଜାଣିବା ଖୁବ୍ କଷ୍ଟକର ହୋଇପଡେ। ଏହି ଲୋକମାନେ ଗୁପ୍ତ ସ୍ଥାନରେ ରହି ତପସ୍ୟା କରନ୍ତି।