ସୋରିଷ ତେଲ, ଡାଲି ଓ କ୍ଷୀର ପାଉଡର୍ ମହଙ୍ଗା ହେଲା

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ପ୍ରଭାବ ତେଲ, ଡାଲି ଓ କ୍ଷୀର ପାଉଡର ଆଦି ପଡିଛି। ଏସବୁର ଦାମ ମହଙ୍ଗା ହୋଇଛି। ସପ୍ତାହ ତଳେ ୧୪୦ ଟଙ୍କା ଥିବା ସୋରିଷ ତେଲ ଲିଟର୍ ଏବେ ୨୦୦ ଟଙ୍କାରେ ପହଞ୍ଚିଛି।

ମଙ୍ଗଳବାର ରିଫାଇନ ତେଲ ଦାମ ୫ ଟଙ୍କା ବଢିଥିବା ବେଳେ ୧୦ କିଲୋକୁ ଦାମ ହୋଇଛି ୧୩୪୦ ଟଙ୍କା। ଆଗାମୀ ଦିନରେ ଖାଇବା ତେଲର ଦାମ୍ ଆହୁରି ବଢିବ ବୋଲି ବିଶ୍ଳେଷକ କହୁଛନ୍ତି। ଗତବର୍ଷ ଠାରୁ ଖାଇବା ତେଲ ଦାମ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ଏପ୍ରିଲ ୧୨ ତାରିଖ ସରକାରୀ ରେକର୍ଡ ଅନୁଯାୟୀ ପାମ୍ ତେଲ ଛାଡିଦେଲେ ଅନ୍ୟ ସମସ୍ତ ଖାଇବା ତେଲ ଦାମ୍ ବୃଦ୍ଧି ପାଇଛି।

ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ସୂଚନା ହେଲା ସୋରିଷ ତେଲ ଦାମ୍ ଗତ ୩ ମାସରେ ବୃଦ୍ଧି ପାଇଛି। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସୋରିଷ ତେଲ ଲିଟର ୧୮୬ ଟଙ୍କା ଥିଲା। ଫେବୃଆରୀ ୨୮ରେ ୧୮୮ ଟଙ୍କା ଓ ମାର୍ଚ୍ଚ ୩୧କୁ ଲିଟର ୨୦୦ ଟଙ୍କା ହୋଇଛି। ସୋୟାବିନ୍ ତେଲ ଜାନୁଆରୀରେ ୧୪୨ ଟଙ୍କା, ଫେବୃଆରୀରେ ୧୭୭ ଓ ମାର୍ଚ୍ଚରେ ୧୬୦ ଟଙ୍କାରେ ପହଞ୍ଚିଛି।

ସେହିପରି ଡାଲି ଦାମ ୧୩.୨୫ ପ୍ରତିଶତ ବଢିଛି। ମାର୍ଚ୍ଚରେ ମୁଗ ଓ ମଶୁରି ଡାଲି ଦାମ୍ ବୃଦ୍ଧି ପାଇଛି। ହରଡ ଡାଲି କିଲୋ ପ୍ରତି ହାରାହାରି ୧୦ ଟଙ୍କା ବଢିଛି। ଶିଶୁଙ୍କ କ୍ଷୀର ପାଉଡର୍ ଦାମ୍ ୨୦ ଟଙ୍କା ବୃଦ୍ଧି ପାଇଛି। ୩୨୦ ଟଙ୍କା ଡବାର ମୂଲ୍ୟ ଏବେ ୩୪୦ ଟଙ୍କା। ଦେଶର ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଯୋଗୁଁ ପାଖାପାଖି ୪୬ କୋଟି ଟଙ୍କାର ବ୍ୟବସାୟରେ କ୍ଷତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button