ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ଵର-କଟକ ନୂଆ ପୋଲିସ କମିସନର

ଭୁବନେଶ୍ଵର : ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଅଦଲ ବଦଳ କରିଛନ୍ତି। ୧୯୯୫ ବ୍ୟାଚ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ଵର-କଟକ ପୋଲିସ କମିସନରେଟର ନୂଆ କମିସନର ନିଯୁକ୍ତ ଦିଆଯାଇଛି। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ଵର-କଟକର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ଓ ମଙ୍ଗଳ ନିଗମ (ଓପିଏଚଡବ୍ଲୁସି )ର ସିଏମଡି ଭାବେ ବଦଳି କରାଯାଇଛି। ସେଠାରେ ଥିବା ଏମ. ଅକ୍ଷୟଙ୍କୁ କରାଯାଇଛି ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ।

ନୂଆ ନିଯୁକ୍ତି ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୋ ଉପରେ ସରକାର ନ୍ୟସ୍ତ କରିଛନ୍ତି। ତେଣୁ ମୁଁ ଏହି ଦାୟିତ୍ୱକୁ ଠିକ ଭାବରେ ତୁଲାଇବି। ଏହା ହିଁ ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏଥିପାଇଁ ମୁଁ ବିଶେଷ ଭାବେ ସରକାରଙ୍କ ନିକଟରେ କୃତଜ୍ଞ।

Leave a Reply

Your email address will not be published. Required fields are marked *

Back to top button